
ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ କହିଛନ୍ତି ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ । ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି। ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ’।ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ।