ଅପରେସନ୍ ସାଇବର କବଚ ମାଧ୍ୟମରେ ଅନଲାଇନ୍ ବେଟିଂ ରାକେଟ୍ ର ପର୍ଦ୍ଦାଫାଶ

add-all

ମାଲକାନଗିରି : ଆଜି ମାଲକାନଗିରି ସାଇବର ପୋଲିସ ପକ୍ଷରୁ ଆନ୍ତଃରାଜ୍ୟ ଅନଲାଇନ୍ ବେଟିଂ ର ପର୍ଦ୍ଦାଫାସ କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ କୋଟପାଡ଼ ଅଞ୍ଚଳର ନିରୀହ ଲୋକଙ୍କୁ ମନରେଗା ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ସେହି ଆକାଉଣ୍ଟଗୁଡିକର ପାସବୁକ୍, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ କାଗଜପତ୍ର କୋରିଅର ମାଧ୍ୟମରେ ରାୟପୁର ପଠାଇବା ସହ ସେ ଗୁଡ଼ିକୁ ବେଆଇନ ଅନଲାଇନ୍ ବେଟିଂ ଆପ 100panel.com, vikash247.com, 11xplay.com ଏବଂ 99exch.com ପ୍ଲାଟଫର୍ମ ମାଧ୍ୟମରେ କାରବାର ପାଇଁ ବ୍ୟବହାର କରାଉଥିଲେ । ଅଭିଯୁକ୍ତମାନେ ହ୍ୱାଟସ୍‌ଆପ୍ ଗ୍ରୁପ୍ ମାଧ୍ୟମରେ ଏହି ବେଆଇନ ବେଟିଂ ନେଟୱାର୍କ ଚଳାଉଥିଲେ। ଦୈନିକ ପ୍ରାୟ ୧୫ ଲକ୍ଷ ଟଙ୍କାର କାରବାର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ସୂଚନା ରହିଛି । ପୋଲିସ ପଷରୁ ଏହି ମାମଲାରେ ମୋଟ ୪ ଜଣକୁ (୨ ଜଣ ରାୟପୁରର ଏବଂ ୨ ଜଣ କୋରାପୁଟର) ଙ୍କୁ ଗିରଫ କରାଯିବା ସହିତ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କେସ୍ ନଂ-୧୦୧, ତାରିଖ ୨୦.୦୨.୨୦୨୬ ଅନୁସାରେ ଗିରଫ କରିବା ସହ ସେମାନଙ୍କ ଠାରୁ ବ୍ୟାଟିଂ ରେ ବ୍ୟବହୃତ ୪ଟି ମୋବାଇଲ୍ ଫୋନ୍, ୨ଟି ଲାପଟପ୍, ୫ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍ ଏବଂ ୩ଟି ଚେକ୍ ବୁକ୍ ଜବତ୍ କରାଯାଇଛି । ଏଥି ସହ ମାଲକାନଗିରି ପୋଲିସ ପଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ଯେ, କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ କିମ୍ବା ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ ଏହା ଦ୍ବାରା ଆପଣ ମାନେ ଅସୁବିଧାରେ ପଡିବା ସହ ଆଇନ ଜାଲରେ ଛନ୍ଦି ହୋଇପଡିବେ ।

ad-week
Leave A Reply

Your email address will not be published.