
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆଠଗୋଟି ପଞ୍ଚାୟତ ସଦର ମହକୁମାରେ ମହିଳା ସଭା କରାଯାଇ ବିଶ୍ଵ ମହିଳା ଦିବସ ପାଳନ କରାଯାଇଅଛି। ଏଥିସହ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷ୍ୟରୁ ବାପନପଲ୍ଲୀ ପଞ୍ଚାୟତ ସଦର ବିଶ୍ଵ ମହିଳା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଏକ ସାମୁହିକ ରାଲି ଆୟୋଜନ କରାଯାଇ ମହିଳା ସଶକ୍ତୀକରଣ ନାରା ଦିଆଯାଇଅଛି। ଏହାପରେ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ବୈଠକ ମାଧ୍ୟମରେ ବିଶ୍ଵ ମହିଳା ଦିବସ ପାଳନ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଯାଇଅଛି । ଏହାପରେ ବିଭିନ୍ନ କ୍ରୀଡା ଅନୁଷ୍ଠିତ କରଯାଇ କୃତି ମହିଳାଙ୍କୁ ପୁରସ୍କୃତ କରାଯାଇଛି। ଏହି ବୈଠକରେ ବାପନପଲ୍ଲୀ ପଞ୍ଚାୟତର ଏସିଡିଇଓ ନବଘନ ପଡିଆମୀ , ଏମବିକେ କନକଲତା ମଜୁମଦାର ସମେତ ବାପନପଲ୍ଲୀ ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଜିଡି ଏନଜିଓର ଗୋବିନ୍ଦ ସରଦାର, ଝିଲି ସିଲ ଓ ନୟାମୀ ଖରା ପ୍ରମୂଖ ପରିଚାଳନା କରିଛନ୍ତି ।