
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ଵୀକୃତିପ୍ରାପ୍ତ ‘ ପଦାରବିନ୍ଦ ପ୍ରତିଷ୍ଠାନ ସ୍ବାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର’ ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି।ଅର୍ଯ୍ୟ ସମାଜ ତପୋବନର ସ୍ବାମୀ ଆତ୍ମନନ୍ଦ ସରସ୍ଵତୀ ଓ ସ୍ବାମୀ ଭୂବନେଶାନନ୍ଦ ସରସ୍ଵତୀ ଆଧ୍ୟାତ୍ମିକ ମୂଲ୍ୟବୋଧ ସହ ନର୍ସିଂ ଶିକ୍ଷ୍ୟା ରୋଗୀଙ୍କ ଶୀଘ୍ର ଉପଶମରେ ସହାୟକ ହେବ ବୋଲି କହିଥିଲେ ।ଓଡ଼ଗାଁ ତହସିଲଦାର ଡଃ ମାନସ ରଂଜନ ଭୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ +୨ ପରେ ଛାତ୍ରଛାତ୍ରୀ ମାନେ ସ୍ୱଳ୍ପ ମୂଲ୍ୟରେ ଏଏନଏମ ବା ଜିଏନଏମ ପାଠ୍ୟକ୍ରମରେ ଅଧ୍ୟୟନ କରି ପାରିବେ । ସେହିପରି ଅଭିମନ୍ୟୁ ମଲ୍ଲିକ , ଡ଼ା ନିଲାଞ୍ଜନ୍ ଦାସ, ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ନରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଶତପଥୀ, ସାରସ କୁମାର ମିଶ୍ର ପ୍ରମୁଖ ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଅର୍ଚ୍ଚିତା ପଟ୍ଟନାୟକ ନର୍ସିଂ ଶିକ୍ଷା ସହିତ ନିଯୁକ୍ତି ସୁଯୋଗ ବିଷୟରେ ସୂଚନା ଦେଇଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ପଞ୍ଚାନନ ପଣ୍ଡା ଉନ୍ନତ ଲ୍ୟାବ, ପ୍ରାକ୍ଟିକାଲ ଶିକ୍ଷା ଓ ଛାତ୍ରାବାସ ସୁବିଧା ଉପଲବ୍ଧ ଥିବା କହିଥିଲେ ।ସର୍ବଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ପଦାରବିନ୍ଦ ଆଚାର୍ଯ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।