ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

add-all

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି | ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ | ସୂଚନା ଅନୁଯାୟୀ ଦାମାପାଳା ଗ୍ରାମର ମାନସୀ ହରିଜନ (୦୮) ଓ ପକନାଗୁଡା ଗ୍ରାମର ମେଲକା ହରିଜନ (୦୮) ନିଜ ସମ୍ପର୍କୀୟ ମାମୁ ଘରେ ରହି ପାଠ ପଢୁଥିଲେ | ଦୁହେଁ ଆଜି ଗ୍ରାମର ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଘରକୁ ଫେରିଥିଲେ | ଏହା ପରେ ଦୁଇ ସମ୍ପର୍କୀୟ ଭଉଣୀ ଓ ଜଣେ ସାଙ୍ଗ ସହ ତିନି ଜଣ ମିଶି ବାହାରକୁ ଯାଇଥିଲେ |

 ତିନି ଜଣ ଗାଁ ପୋଖରୀରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ମାନସୀ ଓ ମେଲକା ଦୁଇ ଜଣ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ | ଏହା ପରେ ଅନ୍ୟ ଜଣେ ସାଙ୍ଗ ତୁରନ୍ତ ଘରେ ପହଞ୍ଚି ପରିବାର ସଦସ୍ୟକୁ ଖବର ଦେଇଥିଲା | ପରିବାର ଏହା ଜାଣିବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଓ କୋଡ଼ିଙ୍ଗା ପୋଲିସକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ |

ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରି ଦୁଇ ଶିଶୁକୁ ଉଦ୍ଧାର କରିଥିଲେ | ପରିବାର ସଦସ୍ୟ କୋଡ଼ିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ କୋଡ଼ିଙ୍ଗା ଥାନା ଦୁଇଟି ପୃଥକ ମାମଲା ରୁଜୁ କରି ଶବ ଜବତ କରିବା ପରେ ଶବ ବ୍ୟବଛେଦ ପାଇ ନବରଙ୍ଗପୁର ମେଡିକାଲକୁ ପଠେଇଥିବା ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି | 

ad-week
Leave A Reply

Your email address will not be published.