ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ୍‌ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ୍

kalipuja

ବାଣପୁର: ଶୁକ୍ରବାର ଅପରାହ୍ନରେ ଆଇଏନଏସ ଚିଲିକା ପରେଡ୍ ଗ୍ରାଉଣ୍ଡ ଠାରେ ୨୦୨୬ ସଂସ୍କରଣ ଦ୍ୱିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଯାଇଛି।ଏହି ବ୍ୟାଚରେ ୩୩୫୮ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ୨୭୫୬ ଜଣ ଅଗ୍ନିବୀର (୧୪୨ ଜଣ ମହିଳା ଅଗ୍ନିବୀର) ରହିଥିବା ବେଳେ ୨୮୬ ଜଣ ନୌସେନା ଡାକ୍ତରୀ ସହାୟକ ଓ ୩୧୬ ଜଣ ତଟରକ୍ଷି ନାବିକ ଦୀର୍ଘ ୧୬ ସପ୍ତାହ ଧରି ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ବୀର ଯୋଦ୍ଧା ଭାବେ ଯୋଗ ଦେଇଛନ୍ତି।ଉକ୍ତ ପରେଡ୍ ରେ ମୁଖ୍ୟ ଅତିଥି ଭାବେ ନାଭାଲ ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ପିଭିଏସଏମ,ଏଭିଏସଏମ,ଭିଏସଏମ ନିରୀକ୍ଷଣ କରିଥିବା ବେଳେ ଭାଇସ ଆଡମିରାଲ ସମୀର ସକସେନା ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ ଦକ୍ଷିଣ ନୌସେନା ଅଧିକାରୀ ପରିଚାଳନା କରିଥିଲେ।ଅନୁଷ୍ଠିତ ପାସିଂ ଆଉଟ୍ ସମାରୋହରେ ସମସ୍ତ ତାଲିମପ୍ରାପ୍ତ ଅଗ୍ନିବୀର ପରେଡ୍ ଗ୍ରାଉଣ୍ଡରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ।

ଉକ୍ତ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ,ପୂର୍ବତନ ନୌସେନା ଅଧିକାରୀ,ଅଗ୍ନିବୀରଙ୍କ ଅଭିଭାବକ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଶକ୍ତି ଏବଂ ସଂମ୍ମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ମୂଲ୍ୟବୋଧ,କାର୍ଯ୍ୟ ଦକ୍ଷତା,ଏବଂ ସାହାସକୁ ଅଗ୍ନିବୀର ମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଆଇଏନ୍ଏସ୍ ଚିଲିକା କମାଣ୍ଡିଂ-ଇନ୍-ମୁଖ୍ୟ କମୋଡୋର ବି ଦୀପକ ଅନିଲଙ୍କ ଉପସ୍ଥିତିରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ।ଶ୍ରେଷ୍ଠ ଅଗ୍ନିବୀର ଭାବେ ଏସଏସଆର ନଚିକେତା ସାନସାମ୍,ଏମଆର ଅରବାଜ ଅମିନ,ଶ୍ରେଷ୍ଠ ମହିଳା ଅଗ୍ନିବିର ଏସଏସଆର ଦୀକ୍ଷା,ନାବିକ (ଜିଡି) ଅମର ଶକ୍ତି ,ନାବିକ (ଡିବି) ଅର୍ପିତ ସାଙ୍ଗୱାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.