ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ

newyr25

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଂଗଠନ, ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମାଜିକ ସଦଭାବନା ବୈଠକରେ ସାମାଜିକ ସମରସତ୍ତା, ପରିବେଶ ସଂରକ୍ଷଣ, ପରିବାର ପ୍ରବୋଧନା, ସ୍ଵ ଆଧାରିତ ଜୀବନ, ନଗରିକର କର୍ତ୍ତବ୍ୟବୋଧ ଏବଂ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୪୦ରୁ ଉର୍ଦ୍ଧ୍ବ ସଂଘି ଅଂଶ ଗ୍ରହଣ କରିବା ସହିତ ସଂଘର କାର୍ଯ୍ୟକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.