ସରକାରଙ୍କ ପକ୍ଷରୁ ଗ୍ୟାସ ଦର ବୃଦ୍ଧି ପରେ କଳା ବଜାରୀ ହେଲାଣି ଗ୍ୟାସ….!

add-all

ବ୍ରହ୍ମପୁର: ଯୁଦ୍ଧ ପାଇଁ ଗ୍ୟାସ ଦର ବୃଦ୍ଧି ହେବା ପରେ ଗ୍ୟାସ ଅଭାବ ଯୋଗୁଁ କଳା ବଜାରୀ ବୃଦ୍ଧି ହେଇଛି। ଗ୍ୟାସ ଦର ନିୟନ୍ତ୍ରଣ ବାହାକୁ ଚାଲିଯାଇଛି। କଳା ବଜାର ରେ ସିଲିଣ୍ଡେର ପ୍ରତି ଶହେରୁ ଉର୍ଦ୍ଧରେ ବିକ୍ରି ହେଲାଣି ପ୍ରତି ଗ୍ୟାସ ହାଣ୍ଡି। ସାଧାରଣ ଲୋକେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ପାଇଁ ଏବେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ସମୟ ଲଗାଇ ଗ୍ୟାସ ସିଲିଣ୍ଡର ନେବା ପାଇଁ ଠିଆ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଦଲାଲ ମାନେ ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଅତି ଚଢ଼ା ଦରରେ ବିକ୍ରି କରୁଛନ୍ତି। କଳା ବଜାର ବଢୁ ଥିବା ବେଳେ ପ୍ରଶାସନ ଚେଇଁ ଶୋଇଛି। ଗ୍ୟାସ ପରେ ଏବେ ପେଟ୍ରୋଲ ଡିଜେଲ ରେ ଅଭାବ ଦେଖା ଦେବାର ସମ୍ଭାବନା ଯୋଗୁଁ ପେଟ୍ରୋଲ ପମ୍ପରେ ଭିଡ଼ ଜମୁଛି। କେତେକ ବ୍ୟବସାୟୀ ବିଭିନ୍ନ ଖାଦ୍ୟ ସାମଗ୍ରୀ ଚଢ଼ା ଦରରେ ବିକ୍ରି ଆରମ୍ଭ କରିଛନ୍ତି। ଘରୋଇ ଗ୍ୟାସ ଅଧିକାଂଶ ହୋଟେଲ ରେସ୍ଟୁରେଣ୍ଟ ରେ ବ୍ୟବହାର ହେବା ଯୋଗୁଁ କଳା ବଜାରୀ ବୃଦ୍ଧି ହୋଇଛି।

ad-week
Leave A Reply

Your email address will not be published.