ଖାଉଟିମାନେ ଅଯଥା ପାନିକ ବୁକିଂ (Panic Booking) ନ କରିବାକୁ ଜିଲ୍ଲାପାଳ ପରାମର୍ଶ

newyr25

କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚିତ କରାଯାଉଛି ଯେ, ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ଅଛି ଏବଂ ଜିଲ୍ଲାରେ ରନ୍ଧନ ଗ୍ୟାସ (LPG) ର ପର୍ଯ୍ୟାପ୍ତ ମହଜୁଦ ରହିଛି। ତେଣୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଖାଉଟିମାନେ ଅଯଥା ପାନିକ ବୁକିଂ (Panic Booking) ନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

କାରଣ କୋରାପୁଟ ଜିଲ୍ଲାରେ LPG ରନ୍ଧନ ଗ୍ୟାସ 14.2 କେଜି ବିଶିଷ୍ଟ 7068 ଟି ସିଲିଣ୍ଡର ଓ 19 କେଜି ବିଶିଷ୍ଟ 697ଟି ସିଲିଣ୍ଡର ଉପଲବ୍ଧ ରହିଛି I ସେହିପରି ଜିଲ୍ଲାରେ ପେଟ୍ରୋଲ 562.55 କିଲୋ ଲିଟର ଏବଂ ଡିଜେଲ 866.55 କିଲୋ ଲିଟର ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦେଇଛନ୍ତି I ତେଣୁ ଖାଉଟି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ I ଏଥି ସହ LPG କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି I ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ମନିଟରିଙ୍ଗ କମିଟି ଗଠନ କରାଯାଇଛି I ଏହି କମିଟିରେ କୋରାପୁଟର ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଉପ ଜିଲ୍ଲାପାଳ କୋରାପୁଟ ଏବଂ ଜୟପୁର, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ ଅଧିକାରୀ ଓ ଜିଲ୍ଲାର ସମସ୍ତ ତୈଳ ଯୋଗାଣ କମ୍ପାନୀର ଅଧିକାରୀ ରହିଛନ୍ତି I ଏହା ସହ ଆପତ୍ତି ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ଜରୁରୀ ବିଭାଗ ତରଫରୁ ଏକ ହେଲପ ଲାଇନ ନମ୍ବର 06852-251101 ଜାରି କରାଯାଇଛି l
ଯଦି କୌଣସି ସ୍ଥାନରେ ଉପରୋକ୍ତ ଖାଉଟି ଦ୍ରବ୍ୟକୁ କଳାବଜାରୀ କରାଯାଏ, ତାହା ହେଲେ ହେଲ୍ପ ଲାଇନ ନମ୍ବରରେ ଆପତି ଅଭିଯୋଗ କରିପlରିବେ l

Leave A Reply

Your email address will not be published.