ଗଞ୍ଜାମ ଜିଲ୍ଲାରେ ଯୋଗାଣ ବିଭାଗ କୋମାରେ…..!

add-all

ଖୁଲାମ ଖୁଲା ଜାଳେଣି ଗ୍ୟାସ କଳାବଜାରୀ କୁ ସୁଯୋଗ ଦେଉଛି ପ୍ରଶାସନ ……!
ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ଡବଲ ଇଞ୍ଜିନ ସାଧାରଣ ଲୋକଙ୍କୁ ଡବଲ ଦୁଃଖ ଦେଇଛି। ସରକାର ଙ୍କ ପକ୍ଷରୁ ଜାଳେଣି ଗ୍ୟାସ ପର୍ଯ୍ୟାପ୍ତ ପରିମାଣରମହଜୁଦ ଥିବା ଦର୍ଶାଯାଇଛି। ବୁକ କରିଲେ ଗ୍ୟାସ ସୁବିଧା ରେ ମିଳୁନି। କଳା ବଜାର ରେ ଗ୍ୟାସ ମିଳୁଥିବା ଯୋଗୁଁ ଥିବା ଵାଲା ମାତ୍ରାଧିକ ଟଙ୍କା ଦେଇ ଚଢ଼ା ଦରରେ ଗ୍ୟାସ କ୍ରୟ କରୁଥିବା ଆଲୋଚନା ହେଉଛି। ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର କୌଣସି ସ୍ଥାନରେ ଗ୍ୟାସ କଳା ବଜାର କରୁଥିବା ବ୍ୟକ୍ତି ବିଶେଷ ଉପରେ କିମ୍ବା ଗୁପ୍ତ ଗୋଦାମ ଉପରେ ଚଢ଼ାଉ କରାଯାଇନାହିଁ। ଗ୍ୟାସ ପରେ ଅନ୍ୟ ବିକଳ୍ପ ଭାବେ ଇଣ୍ଡେକ୍ସନ ଚୁଲ୍ଲା ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ଇଣ୍ଡେକ୍ସନ ଚୁଲ୍ଲା ବଜାର ରେ ମିଳୁନାହିଁ। ଇଣ୍ଡେକ୍ସନ ଚୂଲ୍ଲାର ଅଭାବ ଦେଖାଇ କିଛି ବ୍ୟବସାୟୀ ଏମ ଆର ପି ଦରରେ ବିକ୍ରି କରୁଛନ୍ତି। ପୂର୍ବରୁ ଏମ ଆର ପି ଦର ଠାରୁ ୩୦/୪୦ ପ୍ରତିଶତ ଡ଼ିସକାଉଣ୍ଟ ରେ ଇଣ୍ଡେକ୍ସନ ଚୁଲ୍ଲା ବିକ୍ରି ହେଉଥିଲା।ଯୋଗାଣ ବିଭାଗ କୋମାରେ ଥିବା ଯୋଗୁଁ ଏହାର ଫାଇଦା କଳା ବଜାରୀ ମାନେ ଉଠାଉଛନ୍ତି।କଳା ବଜାରୀ ପାଇଁ ସୁଯୋଗ ଦେଉଛି ପ୍ରଶାସନ ବୋଲି ଆଲୋଚନା ହେଲାଣି l

ad-week
Leave A Reply

Your email address will not be published.