ସଂକୀର୍ତ୍ତନ କଳାକାରମାନେ ମୋକ୍ଷ ପଥ ପ୍ରଦର୍ଶକ : ବରିଷ୍ଠ କଳାକାର ମହାସଂଘ

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର କାଳୀ ମନ୍ଦିର ପରିସରରେ ଏକ ସଂକୀର୍ତ୍ତନ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥିଭାବେ ଯୋଗଦେଇ ସମ୍ପ୍ରତି ଗ୍ରାମାଞ୍ଚଳରେ ମା’ମାନେ ସଂସ୍କୃତି କ୍ଷେତ୍ରରେ ବିଶେଷ ଭାବେ ସଂକୀର୍ତ୍ତନ କ୍ଷେତ୍ରରେ ଯୋଗଦେବା ଅତୀବ ଶୁଭ ସୂଚକ ବୋଲି ମତବ୍ୟକ୍ତ କରିବା ସହିତ ମହାସଂଘର ଆଭିମୁଖ୍ୟ ତଥା କୃତି ଓ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସଂକୀର୍ତ୍ତନ ଗୁରୁ ବଳରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ ସନାତନ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂକୀର୍ତ୍ତନ କଳାକାରମାନେ ମୋକ୍ଷ ପଥ ପ୍ରଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅରକ୍ଷିତ ସାହୁ, ଗୌରହରୀ ମହାରଣା, ରତ୍ନାକର ସାହୁ, ନରହରି ଡାକୁଆ, ଭଗବତ ସାହୁ, ନାଇନୁ ସାହୁ, ରଙ୍ଗନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀମତୀ ମାନିନୀ ସ୍ବାଇଁ, ରିଝା ସୁଆଁସିଆଁ, ପୂର୍ଣ୍ଣବାସୀ ପାତ୍ର, ସୁମିତ୍ରା ମାହାଙ୍କୁଡ, ରଞ୍ଜି ସାହୁ, କୁନି ଲେଙ୍କା ପ୍ରମୁଖ କଳାକାରମାନେ ନାମ ସଂକୀର୍ତ୍ତନ କରିଥିଲେ। ପରିଶେଷରେ କୁରଙ୍ଗୀ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.