ଖାଇକୁ ଖସିଲା ବସ୍, ୭ ତୀର୍ଥ ଯାତ୍ରୀ ମୃତ

newyr25

କାଠମାଣ୍ଡୁ : ନେପାଳର ଗୋରଖା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରତୀୟ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଖାଇକୁ ଖସିପଡିଛି । ଏଥିରେ ସାତ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ ଚାଲିଯାଇଛି । ମନକାମନା ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ପୋଲିସ ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଇଲେକ୍ଟ୍ରିକ୍ ମାଇକ୍ରୋବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା । ସହିଦ ଲଖନ ଗ୍ରାମୀଣ ପୌରପାଳିକାର କଣ୍ଟାର ଅଞ୍ଚଳରେ ବସଟି ପାହାଡ଼ିଆ ବୁଲାଣି ରାସ୍ତାରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ବସରେ ୧୨ ରୁ ଅଧିକ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗୋରଖା ଜିଲ୍ଲା ଏସପି କହିଛନ୍ତି । ଅନ୍ୟ ଆହତଙ୍କ ଚିକିତ୍ସା କରାଯାଉଛି ।

ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଡ୍ରାଇଭର ଏକ ପାହାଡ଼ି ମୋଡ଼ରେ ନିୟନ୍ତ୍ରଣ ହରାଇବା ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଇଛି । ସମସ୍ତ ମୃତକ ଭାରତୀୟ ବୋଲି ଜଣାପଡିଛି ।

Leave A Reply

Your email address will not be published.