୪ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ

newyr25

ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ କମିସନ ପକ୍ଷରୁ  ରବିବାର ୪ଟି ରାଜ୍ୟ ସହ ୧ କେନ୍ଦ୍ରଶାସିତ ଅଞ୍ଚଳରେ  ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୫୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୪୨ ଆସନରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୯ରେ ହେବ ମତଦାନ । ଆସାମରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଏପ୍ରିଲ୍ ୯ରେ ଏଠାରେ ହେବ ମତଦାନ । କେରଳରେ ମଧ୍ୟ ସମାନ ତାରିଖ ଅର୍ଥାତ ଏପ୍ରିଲ୍ ୯ରେ ହେବ ଭୋଟ୍ ଗ୍ରହଣ । ତାମିଲନାଡ଼ୁରେ ଏପ୍ରିଲ୍ ୨୩ ତାରିଖରେ ହେବ ମତଦାନ । ସବୁ ରାଜ୍ୟର ଫଳାଫଳ ମେ’ ୪ରେ ପ୍ରକାଶ ପାଇବ । ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଉପସ୍ଥିତିରେ ସେ କହିଛନ୍ତି, ନିର୍ବାଚନ କମିସନ ଦଳ ଗତ କିଛି ସପ୍ତାହ ମଧ୍ୟରେ ଏହି ସମସ୍ତ ରାଜ୍ୟ ଗସ୍ତ କରିଥିଲା। ଫେବ୍ରୁଆରିରେ ଆସାମ, ତାମିଲନାଡୁ ଏବଂ ପୁଡୁଚେରୀ, ମାର୍ଚ୍ଚ ୬-୭ରେ କେରଳ ଏବଂ ମାର୍ଚ୍ଚ ୯-୧୦ରେ ପଶ୍ଚିମବଙ୍ଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

Leave A Reply

Your email address will not be published.