ଏକମ୍ବା ଗ୍ରାମ ନିକଟରେ ସଡକ ଦୁର୍ଘଟଣା—ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

newyr25

ଉମରକୋଟ /ଝୋରୀଗାଁ : ନବରଙ୍ଗପୁର ଜିଲ୍ଲାର ଉମରକୋଟ–ଝରିଗାଁ ମୁଖ୍ୟ ସଡକର ଏକମ୍ବା ଗ୍ରାମ ନିକଟରେ ଗତ ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରେ ଏକ ଦୁଃଖଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂତ୍ରରୁ ପ୍ରକାଶ, ଏକମ୍ବା ଗ୍ରାମ ନିକଟରେ ଥିବା ବ୍ରିଜ୍ ପାଖରେ ଅଜଣା ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଘଟଣା ବିଷୟରେ ଉମରକୋଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଉମରକୋଟ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଥିଲେ ଏବଂ ପରବର୍ତ୍ତୀ ତଦନ୍ତ ପାଇଁ ଉମରକୋଟ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ, ପୋଲିସ ଘଟଣାର ସଂପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ନେଇ ଚିନ୍ତା ଓ ଶୋକର ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.