
ମାଲକାନଗିରି : ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ଏବଂ ନୁଆଗୁଡ଼ା-ବି ଗ୍ରାମର ଶିକ୍ଷା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପଞ୍ଚାୟତର ନୁଆଗୁଡ଼ା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି କୌଣସି କାରଣବଶତଃ କିଛି ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ନୁଆଗୁଡ଼ା ଓ ନୁଆଗୁଡ଼ା-ବି ଗ୍ରାମର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ନିଜର ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଦ୍ୟାଳୟ ବନ୍ଦ ହେବା ପରେ ଶିଶୁମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରାୟ ୪ ରୁ ୫ କିଲୋମିଟର ଦୂରରେ ଥିବା ଚିତ୍ରପାରି-3 ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡ଼ୁଛି । ଯାଦ୍ୱାରା ଏହି କୋମଳମତି ଶିଶୁଙ୍କୁ ବାଟରେ ନଦୀ ପାର ହେବାକୁ ପଡ଼ୁଥିବାରୁ ବର୍ଷା ଦିନେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଏହା ବିପଦପୁର୍ଣ ହୋଇପଡୁଛି । ଦୂରତା ଏବଂ ଦୁର୍ଗମ ପଥ ଯୋଗୁଁ ଅନେକ ପିଲା ପାଠପଢ଼ା ମଝିରୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।
ଏହିଭଳି ସମସ୍ୟା କୁ ନେଇ ଅଖିଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲା ସଭାପତି ଶ୍ରୀ ପଡ଼ିଆ ପାଡ଼ିଆମୀ 17.03.26ରେ ନୁଆଗୁଡ଼ା ଏବଂ ନୁଆଗୁଡ଼ା-ବି ର ଦୁଇଗ୍ରାମବାସୀ ମିଳିତ ଭାବେ ଗ୍ରାମସଭାରେ ସର୍ବସମ୍ମତି କ୍ରମେ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରସ୍ଥାବ ଆଗତ କରିଥିଲେ । ଗତକାଲି ଶ୍ରୀ ପଡ଼ିଆ ପାଡ଼ିଆମୀ ଙ୍କ ନେତୃତ୍ୱରେ ଗ୍ରାମବାସୀ ମିଳିତ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ରେ ବିଦ୍ୟାଳୟର ପୁନଃଉଦ୍ଧାର ସହ ପାଠପଢ଼ା ବ୍ୟବସ୍ଥା,ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଚଳିତ ଶିକ୍ଷା ବର୍ଷରୁ ହିଁ ପିଲାମାନଙ୍କର ନାମଲେଖା ଆରମ୍ଭ କରି ସେମାନଙ୍କୁ ଶିକ୍ଷା ପ୍ରଦାନକରିବା କୁ ଗ୍ରାମବାସୀ ଏବଂ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।