
ମାଲକାନଗିରି ଭୁବନେଶ୍ୱରରୁ ମାଲକାନଗିରି ଆସୁଥିବା ଘୋରୋଇ ବସରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ନୀଳକଣ୍ଠେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ମାଲକାନଗିରି ଅଭିମୁଖେ ଆସୁଥିଲା । ଯାତ୍ରାସମୟରେ ବିଳମ୍ବିତ ରାତି ରାତି ପ୍ରାୟ ୩ଟା ସମୟରେ ବସଟିରେ ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ଏହି ବସରେ ନିଆଁଲାଗି ଯାଇଥିଲା । ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁ ବ୍ୟାପିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ବାହାର କରି ଦିଆଯାଇଥିଲା ଏହି ବସରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଯାତ୍ରା କରୁଥିବା ସୂଚନା ରହିଛି । ପରେ ଯାତ୍ରୀମାନଙ୍କୁ ସେଠାରୁ ଏସିଆନ ସ୍ମାଇଲ ନାମକ ବସରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବସରେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ମାତ୍ର କିଛି ସମୟ ମଧ୍ୟରେ ନୀଳକଣ୍ଠେଶ୍ୱର (Orangebus) ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । କିଛି ଦିନ ପୂର୍ବେ ରାଜ୍ୟ ସରକାର ରାତ୍ରିକାଳୀନ ଏସି ବସ ଗୁଡିକରେ ଅଗ୍ନି ନିର୍ବାପକ ଯନ୍ତ୍ର ସହ ପାଣି ଟ୍ୟାଙ୍କ ଓ ସ୍ପ୍ରିଙ୍କଲର ଲଗାଇବାକୁ ଆଇନ ଆଣିଥିବା ବେଳେ ଏହିଭଳି ଦୁର୍ଘଟଣା ଯୋଗୁଁ
ଘରୋଇ ବସଗୁଡିକର ଯାନ୍ତ୍ରିକ ଯାଞ୍ଚ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।