

ବାଲିଗୁଡା, ତା. ୨୦/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା। ହଠାତ୍ ପାଗରେ ପରିବର୍ତ୍ତିତ ହୋଇଥିବା ଯୋଗୁଁ ପଥିକ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ l ତେବେ ଏହି ବର୍ଷା ଫଳରେ ଦିନ ତମାମ ହେଉଥିବା ଖରା ଓ ଗରମ ପରିସ୍ଥିତିରୁ ଲୋକମାନେ କିଛି ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଚାଷୀମାନେ ମଧ୍ୟ ବେଶ ଖୁସି ଅନୁଭଵ କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ରାସ୍ତା ଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା। କେତେକ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜିନିଷ ପତ୍ର ଉଡାଇ ନେବା ସହ ବର୍ଷା ପାଣିରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି l