କାମୁକ ଶିକ୍ଷକ :ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରି ଥାନାରେ ଅଟକ…

newyr25


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶଗାଡିଆ ଭୀମସେନ କୃଷି ବିଦ୍ୟାପୀଠ ର ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରିବା ଅଭିଯୋଗରେ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଆସି ସଂପୃକ୍ତ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ ।୧୧୨ ଯୋଗେ ଅଭିଯୋଗ ହେବାପରେ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ପରେ ପ୍ରଧାନଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ଏବଂ ଅଭିଯୋଗକରୀଙ୍କ ତରଫରୁ ଅନେକ ଲୋକ ଆସି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।ସଂପୃକ୍ତ ଶିକ୍ଷକ ଜଣକ ଉକ୍ତ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଅଭିଯୋଗକାରୀ ମାନେ ଦାବି ରଖିଥିଲେ ଏବଂ ଉପଯୁକ୍ତ ପଦକ୍ଷେପ ପ୍ରଶାସନ ନେବା ପାଇଁ ଦାବୀ କରିଥିଲେ । ।ଏହାକୁ ନେଇ ଓଡ଼ଗାଁ ଥାନାରେ ୮୪/ ୨୦୨୬ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ସଂପୃକ୍ତ ଶିକ୍ଷକ ସୋମନାଥ ଚୌଧୁରୀ ବୋଲି ଜଣାପଡିଛି। ଦେଖାଯାଉ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ଅଧିକାରୀ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.