ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ବାହାଡ଼ାଝୋଲାର ବିରଞ୍ଚି ନାରାୟଣ ବେହେରା କୃଷି ମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ନିକଟସ୍ଥ ବଧୁଲିପୁର ଗ୍ରାମର ବିରଞ୍ଚି ନାରାୟଣ ବେହେରା ସର୍ବ ଭାରତୀୟ କାଜୁ ଗବେଷଣା ପ୍ରକଳ୍ପ ସହିତ ଜଡିତ ରହି କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳକୁ ଆପଣାଇ ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ସଫଳତା ହାସଲ କରିଥିବା ସହିତ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ଦ୍ଵାରା ଆୟୋଜିତ ଓୟୁଏଟି କୃଷକ ମେଳା ୨୦୨୬ ଅବସରରେ ସମ୍ମାନିତ କରାଯାଇଛି।କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ଏହି ଉତ୍ସବରେ ମଞ୍ଚାସିନ ଓଡ଼ିଶା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କୃଷି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶାସନ ସଚିବ ରାମଚନ୍ଦ୍ର ରାଘବ, କୁଳପତି ପ୍ରଭାତ କୁମାର ରାଉତ, ପ୍ରଫେସର ନିରଞ୍ଜନ ପଣ୍ଡା ପ୍ରମୁଖ ଅତିଥି ମାନଙ୍କ ଦ୍ଵାରା ବିରଞ୍ଚିଙ୍କୁ ସମ୍ମାନିତ କରାଯାଇଥିଲା।ବିରଞ୍ଚିଙ୍କ ଏହି କୃତିତ୍ୱ ପାଇଁ ଓଡ଼ଗାଁ ତଥା ବାହାଡ଼ାଝୋଲାର କୃଷି ବିଜ୍ଞାନୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି ।

ad-week
Leave A Reply

Your email address will not be published.