ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଛତ୍ରପୁରରେ ‘ସାଇକଲଥନ’ ଅନୁଷ୍ଠିତ

add-all

ଛତ୍ରପୁର : ଅଦ୍ୟ ତା. ୨୪.୦୩.୨୦୨୬ ରିଖ ପ୍ରାତଃ ୭.୦୦ ଘଟିକା ସମୟରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ଭବ୍ୟ ‘ସାଇକଲଥନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ଏକତା ପାଇଁ ଦୌଡ଼”, “ଫିଟ୍ ଇଣ୍ଡିଆ” ଏବଂ “ୟୁନାଇଟେଡ ଇଣ୍ଡିଆ” (ସୁଦୃଢ଼ ଭାରତ) ଥିମକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତାପସ କୁମାର ସାମଲ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

ଏହି ସାଇକଲଥନ ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତଳ ବସଷ୍ଟାଣ୍ଡ, ରିକାପଲ୍ଲୀ, ବଜାର ରୋଡ୍ ଏବଂ ଉପର ବସଷ୍ଟାଣ୍ଡ ଦେଇ ପୁଣି ଷ୍ଟାଡିୟମ୍ ପରିସରକୁ ଫେରି ସମାପ୍ତ ହୋଇଥିଲା। ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଖେଳାଳି ଓ କ୍ରୀଡ଼ାବିତ୍ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ। ଦେଶର ଏକତା ଓ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ad-week
Leave A Reply

Your email address will not be published.