ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମିନି ମାରାଥନ୍

newyr25

ଛତ୍ରପୁର : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସଂହତି ପାଇଁ ଦୌଡ଼ ଥିମ ଉପରେ ପର୍ଯ୍ୟବେଷିତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି ମାରାଥନକୁ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ ଶୁଭାରମ୍ଭ କରିଥିଲେ । ଏହି ମାରାଥନ୍ ରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ସ୍ଥାନୀୟ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଥିଲେ ।
ମାରାଥନ୍ ଟି ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଜାତୀୟ ସଂହତି ସମ୍ପର୍କିତ ସ୍ଲୋଗାନ ସହ କଲେକ୍ଟରରେଟ, ତଳ ବସଷ୍ଟାଣ୍ଡ, ରିକାପଲ୍ଲୀ, ବଜାର ରୋଡ, ଠାକୁରାଣୀ ମନ୍ଦିର ଦେଇ ପୁନଃ ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇଥିଲା।

Leave A Reply

Your email address will not be published.