ମହିଳାଙ୍କ ଘରେ ଚାଲିଥିଲା ହାଇପ୍ରୋଫାଇଲ୍ ଜୁଆ ଆଡ୍ଡା: ବଡ଼ବଜାର ପୋଲିସର ଚଢ଼ାଉ, ୫ ମହିଳାଙ୍କ ସମେତ ୧୧ ଜୁଆଡ଼ି ଗିରଫ

newyr25

ବ୍ରହ୍ମପୁର, ୨୫/୩ : ସହରର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଜଣେ ମହିଳା ନିଜ ଘର ଭିତରେ ଏହି ଆଡ୍ଡା ଚଳାଉଥିବା ବେଳେ ପୋଲିସ ୫ ଜଣ ମହିଳାଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ କାବୁ କରିଛି।
ଗଣେଶ ନଗର ୫ମ ଗଳିରେ ରହୁଥିବା ଏନ୍. ଲକ୍ଷ୍ମୀଙ୍କ ଘରେ ଗତ କିଛି ଦିନ ଧରି ଜୁଆ ଖେଳ ଚାଲିଥିବା ନେଇ ବଡ଼ବଜାର ଥାନା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଉକ୍ତ ଘର ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ ଜଣ ମହିଳା ଓ ଅନ୍ୟ ପୁରୁଷ ଜୁଆଡ଼ିମାନେ ଜୁଆ ଖେଳୁଥିବା ଅବସ୍ଥାରେ ଧରାପଡ଼ିଥିଲେ।
ପୋଲିସ ସେମାନଙ୍କ ନିକଟରୁ ନଗଦ ୧୭,୨୩୫ ଟଙ୍କା୫ଟି ମୋଟର ସାଇକେଲ୭ଟି ମୋବାଇଲ୍ ଫୋନ୍ ଏବଂ ୨ କାଟା ତାସ ଜବତ କରିଛି।
ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପି. ରାଜ, ଚୁଗୁଲି ସାହୁ, ପିଙ୍କି ପାତ୍ର, ଏସ୍. ଦେବୀ, ଏମ୍. କିରଣ, ବି. କାମେଶ, ଟି. ପାପା ରାଓ, ଏମ୍. ଦଣ୍ଡ ରେଡ୍ଡୀ, ଏନ୍. ସୁରୀ ଏବଂ ଦୀପକ ସାହୁ ପ୍ରମୁଖ ରହିଛନ୍ତି। ବ୍ରହ୍ମପୁର ଏସପି ଡକ୍ଟର ଶ୍ରବଣା ବିବେକ ଏମ୍. ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସହରରେ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.