ଧନ୍ୟ ଶିକ୍ଷା ବ୍ୟବସ୍ଥା, ଆସିକା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଏକ ବିଦ୍ୟାଳୟ ରେ ବର୍ଷ ହେଲା ଉପସ୍ଥାନ ନାହିଁ …..!

add-all


ମଧ୍ୟାନ୍ନ ଭୋଜନ ଚଳୁ ଅଭିଯୋଗ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ରେ ଥିବା ନଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯାଞ୍ଜ ବେଳେ ପ୍ରାୟ ଏକ ବର୍ଷ ହେଲା ବିଦ୍ୟାଳୟ ର ଉପସ୍ଥାନ ଖାତାରେ ପିଲାଙ୍କ ସଂଖ୍ୟା ପଡ଼ିନଥିବା ଅଭିଯୋଗ ଆସିଛି। ଆସିକା ବିଇଓ କୁଆଡ଼େ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ ରେ ଯାଇଥିବା ବେଳେ ଉପସ୍ଥାନ ଖାତାରେ ଦୀର୍ଘ ଏକ ବର୍ଷ ହେଲା ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଲେଖା ଯାଇନାହିଁ ଦେଖିବାକୁ ପାଇଥିଲେ। ମଧ୍ୟାନ୍ନ ଭୋଜନ ପ୍ରତିଦିନ ପିଲାଙ୍କୁ ଦେଇ ମାତ୍ରାଧିକ ଉପସ୍ଥାନ ଦେଖାଇବା ଉଦେଶ୍ୟ ରେ ଚଳୁ କରିଥିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଏନେଇ ବିଇଓ ମେଡ଼ମଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଇଓ ମେଡମ ମୋତେ କିଛି ଜଣା ନାହିଁ ବୋଲି ଫୋନ ରଖି ଦେଇଥିଲେ। ଏଥିରି ପ୍ରମାଣ ହେଉଛି ଯେ, ଉପସ୍ଥାନ ଖାତାରେ ଏଣ୍ଟ୍ରି ନକରି ଧରାପଡିବା ପରେ ଘଟଣା କୁ ଚପେଇ ଦେବା ପାଇଁ ଉଦ୍ୟମ ହେଉଥିବା ମେଡ଼ମ ଙ୍କ କଥାରୁ ବାରି ହେଉଛି। ପ୍ରକାଶ ଥାଉକି ଆସିକା ଶିକ୍ଷା ଜିଲ୍ଲା ଅଧିନ ରେ ଥିବା ଅଧିକାଂଶ ବିଦ୍ୟାଳୟ ଭଗବାନଙ୍କ ଭରସା ରେ ଚାଲିଥିବା ଚର୍ଚ୍ଚା ହେଇଛି। ଶିକ୍ଷକ ଙ୍କୁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ବିଭାଗୀୟ ଅଧିକାରୀ ମାନେ ଶିକ୍ଷକ ଙ୍କୁ ସହଯୋଗ କରୁଥିବା ଆଲୋଚନା ହେଉଛି। ଧରିବା ପରେ ଖସେଇବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି।

ad-week
Leave A Reply

Your email address will not be published.