ଶେଷ ହୋଇଛି ଚଳିତ ବର୍ଷ ଗଞ୍ଜାମ ଓକିଲ ସଂଘ ନିର୍ବାଚନ…

add-all

ସଭାପତି ଭାବେ ସୀତାଂଶୁ ଶେଖର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଜଗନ୍ନାଥ ମିଶ୍ର ନିର୍ବାଚିତ

ବ୍ରହ୍ମପୁର : ଆଜି ସକାଳ ୭.୩୦ ଘଣ୍ଟ ସମୟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହୋଇଥିଲା ମତଦାନ । ଚଳିତ ବର୍ଷ ମୋଟ ୧୭୬୩ ଜଣ ମତଦାତା ମଧ୍ୟରୁ ୧୫୩୪ ଜଣ ଆଇନଜୀବୀ ଆଜି ନିଜ ମତ ସାବ୍ୟସ୍ତ କରିଥିଲେ । ଅପରାହ୍ନ ୪ଟା ସମୟରୁ ଆରମ୍ଭ ହୋଇଥିଲା ଭୋଟ ଗଣତି।ମୋଟ ୩୧ଗୋଟି ରାଉଣ୍ଡରେ ହୋଇଥିଲା ଗଣତି । ସନ୍ଧ୍ୟା ୮.୩୦ ସମୟରେ ହୋଇଥିଲା ଫାକଫଳ ଘୋଷଣା ।ସଭାପତି ଭାବେ ସୀତାଂଶୁ ଶେଖର ପଣ୍ଡା ବିଜୟୀ ହାସଲ କରିଛନ୍ତି।ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନିରଞ୍ଜନ ପାଣିଗ୍ରାହୀଙ୍କ ଠାରୁ ୪୨୬ ଭୋଟ୍ ରେ ବିଜୟ ହାସଲ କରିଛନ୍ତି ।ସମ୍ପାଦକ ଭାବେ ଜଗନ୍ନାଥ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମଦମ ପାତ୍ରଙ୍କ ଠାରୁ ୫୪୨ ଭୋଟରେ ବିଜୟ ହାସଲ କରିଛନ୍ତି । ଉପସଭାପତି ଭାବେ ସତ୍ୟନାରାୟଣ ବସନ୍ତିଆ ,ଅନୀଲ କୁମାର ପଣ୍ଡାଙ୍କୁ ୮୦ ଭୋଟରେ ପରାଜୟ କରିଛନ୍ତି ଏବଂ ଯୁଗ୍ମ ସମ୍ପାଦକ ଭାବେ ରଞ୍ଜନ କୁମାର ସାମନ୍ତରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମିରାବାଇ ପାଣିଗ୍ରାହୀ ଙ୍କୁ ୬୭୨ ଗୋଟି ଭୋଟ ବ୍ୟବଧାନରେ ପରାଜୟ କରି ବିଜୟ ହାସଲ କରିଛନ୍ତି । ନିର୍ବାଚନ ଅଧିକାରୀ ନାୟନଚନ୍ଦ୍ର ମହାପାତ୍ର ନିର୍ବାଚନ ପରିଚାଳନା କରିଥିବାବେଳେ ବହୁ ଅଧିକାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.