ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା ହେବେ SAILର ନୂଆ CMD

add-all

ଭୁବନେଶ୍ୱର : SAILର ନୂଆ CMD ହେବେ ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା ।  ଦେଶର ସବୁଠାରୁ ବଡ଼ ସରକାରୀ ଷ୍ଟିଲ୍ ଉତ୍ପାଦନକାରୀ ସଂସ୍ଥା ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍’ (SAIL) ର ପରବର୍ତ୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଡକ୍ଟର ଅଶୋକ କୁମାର ପଣ୍ଡାଙ୍କ ନାଁ ସୁପାରିସ କରାଯାଇଛି । ସରକାରୀ ଉଦ୍ୟୋଗ ଚୟନ ବୋର୍ଡ ୧୦ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେବା ପରେ ତାଙ୍କ ନାମ ଚୟନ କରିଛି ।

ବର୍ତ୍ତମାନ ସେଲର ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଡ. ଅଶୋକ ପଣ୍ଡା । ସେ ୧୯୯୨ ମସିହାରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ SAILରେ ଯୋଗ ଦେଇଥିଲେ। ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପରେ ଭୁବନେଶ୍ୱରର Xavier Institute of Management ରୁ PGDM ଏବଂ ପରେ ବିଜନେସ୍ ଫାଇନାନ୍ସରେ Ph.D. କରିଛନ୍ତି। SAILର ଜଣେ ଅଭିଜ୍ଞ ଅଧିକାରୀ ଡ. ଅଶୋକ ପଣ୍ଡା ।

ସେ ବୋକାରୋ, ରାଉରକେଲା ଓ କର୍ପୋରେଟ୍ ଅଫିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ ତୁଲାଇଛନ୍ତି । ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବେ ମଧ୍ୟ ଜଣାଶୁଣା। କମ୍ପାନୀର ଋଣ ହ୍ରାସ କରିବା, ଖର୍ଚ୍ଚ କାଟ୍ ଓ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁଧାରିବାରେ ତାଙ୍କର ବଡ଼ ଅବଦାନ ରହିଛି। ଡ. ଅଶୋକ ପଣ୍ଡାଙ୍କର ଏହି ଅଭିଜ୍ଞତା SAIL ର ଆଧୁନିକୀକରଣ ଏବଂ ଷ୍ଟିଲ୍ ଉତ୍ପାଦନ ବୃଦ୍ଧି କରିବାରେ ବେଶ ସହାୟକ ହେବ । ବର୍ତ୍ତମାନର CMD ଅମରେନ୍ଦୁ ପ୍ରକାଶଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୨ରେ ଶେଷ ହେଉଛି। କ୍ୟାବିନେଟ୍ ନିଯୁକ୍ତି କମିଟିର ଅନୁମୋଦନ ମିଳିବା ପରେ ଡକ୍ଟର ପଣ୍ଡା ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.