ସଂକୀର୍ତ୍ତନ କଳାକାରମାନେ ସାମାଜିକ ମୋକ୍ଷକାମୀ ବ୍ୟକ୍ତିତ୍ୱ : ରୋଶନ୍

add-all

(ବ୍ରହ୍ମପୁର) : ସ୍ଥାନୀୟ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଲୋଚାପଡା ବଡ ସାହି ଭାଗବତ ଟୁଙ୍ଗି ପରିସରରେ ପବିତ୍ର ରାମ ନବମୀ ଅବସରରେ ରଘୁନାଥ ସଂକୀର୍ତ୍ତନ ମଣ୍ଡଳି ଦ୍ୱାରା ଅନୁଷ୍ଠିତ ନାମ ସଂକୀର୍ତ୍ତନ ଉଦଯାପନ ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସଂକୀର୍ତ୍ତନ କଳାକାରମାନେ ଜଣେ ଜଣେ ସାମାଜିକ ମୋକ୍ଷକାମୀ ବ୍ୟକ୍ତିତ୍ୱ ହେତୁ ସେମାନେ ସାଧୁବାଦାର୍ହ ବୋଲି ମତବ୍ୟକ୍ତ କରିଥିଲେ।

ସଂକୀର୍ତ୍ତନ ମଣ୍ଡଳି ପରିଚାଳକ ବିଜୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମ କାର୍ଯ୍ୟକ୍ରମରେ ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା, ବରିଷ୍ଠ କଳାକାର ଅଶୋକ କୁମାର ପାଣି ଏବଂ ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ଏହି ଅବସରରେ ସର୍ବଶ୍ରୀ ମହେଶ୍ୱର ପାଣି, ରୋହିତ କୁମାର ପାଢ଼ୀ, ଦଣ୍ଡପାଣି ଦାଶ, ଡ଼ି. ସନ୍ତୋଷ କୁମାର ପାତ୍ର, ଡ଼ି. ତ୍ରିନାଥ ପାତ୍ର, ବାବୁଲା ଜେନା, ଏଲ. କୋଦଣ୍ଡ ଆଚାରୀ, ବି. ତ୍ରିନାଥ ଦାସ, ଡ଼ି. ଚୈତନ୍ୟ ପାତ୍ର, ବିଦ୍ୟାଶ୍ରୀ ସାହୁ ପ୍ରମୁଖ ସଂକୀର୍ତ୍ତନ କଳାକାରମାନଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କାଇରାଯାଇଥିଲା। ପରିଶେଷରେ ନବୀନ କୁମାର ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.