ବୀରମିତ୍ରପୁର ବିଜେଡି କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ: ବିଜେପି ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ରୋହିତ ଯୋସେଫ ତିର୍କି

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଏକ ବୃହତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଜିଲ୍ଲାରେ ଦଳୀୟ ସଂଗଠନକୁ କିଭଳି ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରାଯିବ, ସେ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି ଯୋଗଦେଇ କର୍ମୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ନିଜ ଅଭିଭାଷଣରେ ବିଧାୟକ ରାଜ୍ୟର ବର୍ତ୍ତମାନର ମୋହନ ସରକାରଙ୍କ ଉପରେ ବର୍ଷିବା ସହ ବିଜେପି ସରକାର ସାଧାରଣ ଜନତାଙ୍କୁ ସବୁ କ୍ଷେତ୍ରରେ ହଇରାଣ କରୁଥିବା ଅଭିଯୋଗ କରିଥିଲେ। ଏଥିସହ ସେ ଅଞ୍ଚଳର ଜ୍ୱଳନ୍ତ ସମସ୍ୟା ଯଥା- ବିଏସଏଲ୍ର ସମସ୍ୟା, ଜାତୀୟ ରାଜପଥ (NH) ର ଶୋଚନୀୟ ଅବସ୍ଥା ଏବଂ ବଢୁଥିବା ବେକାରୀ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଯୁବପିଢ଼ିଙ୍କ ନିଯୁକ୍ତି ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦଳ ସର୍ବଦା ସଂଗ୍ରାମ ଜାରି ରଖିବ ବୋଲି ସେ କହିଥିଲେ।
ଏହି ସମ୍ମିଳନୀରେ ନଗର ସଭାପତି କୁନା ଦେଓ, ବିଧାୟକ ପ୍ରତିନିଧି ଶଶି ସାଗର, ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟକ୍ଷା ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଲୋରେନ୍ସ ବାଗେ, ୱାର୍ଡ କାଉନସିଲର କମଲେଶ ସିଂ, ନିର୍ମଳା କୁଜୁର, ଜ୍ୟୋତି କିରାନ ଲାକଡ଼ା ଏବଂ ଛାତ୍ର ନେତା ମହମ୍ମଦ ଏଜାଜ ଆଲମ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସାଜିଦ ଆଲମ, ଅଶୋକ ନାୟକ, ରାଜା ଆଲମ, ଅଞ୍ଜନ, ମୋହସିନ, ବୁଣ୍ଟି, ସାରିକା ଓ ଅନନ୍ୟାଙ୍କ ସମେତ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।