ଅଞ୍ଚଳା ଗ୍ରାମରେ ମା’ ଠାକୁରାଣୀଙ୍କ ପବିତ୍ର କଳସ ଯାତ୍ରା ଆରମ୍ଭ: ଉତ୍ସବମୁଖର ସାରା ଅଞ୍ଚଳ

add-all

ଉମରକୋଟ (ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଚୈତ୍ର ମାସର ପବିତ୍ର ଅବସରରେ ମା’ ଠାକୁରାଣୀଙ୍କ କଳସ ଯାତ୍ରା ଆଜିଠାରୁ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପାରମ୍ପାରିକ ଯାତ୍ରା ସମଗ୍ର ଅଞ୍ଚଳରେ ଏକ ଭକ୍ତିପୂତ ପରିବେଶ ସୃଷ୍ଟି କରିଛି।

ଏହି ଯାତ୍ରା ସମୟରେ ମା’ ଠାକୁରାଣୀ ନିଜ ମନ୍ଦିରରୁ ବାହାରି ଶ୍ରଦ୍ଧାଳୁଙ୍କ ଗହଣରେ ଗ୍ରାମ ପରିକ୍ରମା କରୁଛନ୍ତି। ମା’ଙ୍କୁ ପ୍ରତ୍ୟେକ ଘର ସମ୍ମୁଖରେ ଭକ୍ତମାନେ ଭୋଗ ଓ ପଣା ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଗ୍ରାମର ମାଟି ପୂଜାରୀ ଶ୍ରୀଯୁକ୍ତ ଜଗଦୀଶ ପୂଜାରୀ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

ଏହି ପବିତ୍ର କାର୍ଯ୍ୟକ୍ରମରେ ଗାଉଁଟିଆ ଶାମ ମାଝୀ, ନରେନ୍ଦ୍ର ନାୟକ, ମଙ୍ଗତୁ ଚଲାନ, ସଞ୍ଜୟ ପନକାଙ୍କ ସମେତ ଅଞ୍ଚଳା ସରପଞ୍ଚ ଅର୍ଜୁନ ଭତ୍ରା, ସମିତି ସଭ୍ୟ ଗୁଣଧର ଭତ୍ରା ଏବଂ ୱାର୍ଡ ସଭ୍ୟ ରାମଧର ଯାନୀ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସକ୍ରିୟ ସହଯୋଗ କରିଥିଲେ।

ମା’ଙ୍କ ଆଗମନରେ ସମଗ୍ର ଗ୍ରାମବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଶ୍ରଦ୍ଧା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାର ସହ ଏହି ପାରମ୍ପାରିକ କଳସ ଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ପୂଜା କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ad-week
Leave A Reply

Your email address will not be published.