୭ମ ରାଜସୁନାଖଳା ପ୍ରିମିୟର୍ ଲିଗର ଫାଇନାଲ ମ୍ୟାଚରେ ରିଅଲ ଗୋଟ୍ ଚମ୍ପିୟାନ

add-all

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜସୁନାଖଳା ପ୍ରିମୀୟର ଲିଗର ଫାଇନାଲ ମ୍ୟାଚରେ ରିଅଲ ଗୋଟ ଚମ୍ପିୟାନ ହୋଇ ଯାଇଛି। ଆଲୋକ କୁମାର ରଣାଙ୍କ ଆବାହକତ୍ୱରେ ରାଜସୁନାଖଳା ଏକାଦଶ ପକ୍ଷରୁ ଆୟୋଜିତ ୭ମ ରାଜସୁନାଖଳା ପ୍ରିମୀୟର ଲିଗର ଫାଇନାଲ ମ୍ୟାଚରେ ରିଅଲ ଗୋଟ ଓ ମନିଙ୍ଗ ରେଜ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରିଅଲ ଗୋଟ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଙ୍ଗ କରି ରିଅଲ ଗୋଟ ୭ ୱିକେଟ୍ ହରାଇ ୧୦୧ ରନ ସଂଗ୍ରହ କରିଥିଲେ ଏବଂ ୧୦୨ ରନର ଲକ୍ଷ୍ୟ ବିପକ୍ଷ ଟିମକୁ ଦେଇଥିଲେ ।

୧୦୨ ରନର ଲକ୍ଷ୍ୟକୁ ପିଛା କରି ମନିଙ୍ଗ ରେଜ ୭ ୱିକେଟ ହରାଇ ମାତ୍ର ୯୨ ରନ ସଂଗ୍ରହ କରି ପାରି ଥିଲେ । ଫଳରେ ୯ ରନରେ ରିଅଲ ଗୋଟ ବିଜୟୀ ହୋଇଛି। ଏହି ମ୍ୟାଚରେ ରାଜସୁନାଖଳା ଅଞ୍ଚଳର ଦୁଇ ଦକ୍ଷ ଆମ୍ପେୟାର ସୁଶାନ୍ତ କୁମାର ପ୍ରଧାନ ଓ ଲିପୁ ବେହେରା ମ୍ୟାଚକୁ ସୁପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଫେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ସଦାଶିବ ସାହୁ, ଜଗନ କୁମାର ନାୟକ, ଫକିରୁଦିନ ବେଗ, ସୁଶାନ୍ତ କୁମାର ନାୟକ, ସନ୍ତୋଷ କୁମାର ପୃଷ୍ଟି , ସମ୍ବିଦ କୁମାର ସାହୁ, ସୁଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିବା ସୁବାସଙ୍କୁ ମୁଖ୍ୟ ଅତିଥି ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।ଏହି ଅବସରରେ ଲଟ୍ରି ଉଠାଣ ବ୍ୟବସ୍ଥା କରା ଯାଇଥିବା ବେଳେ ପ୍ରଥମ ପୁରସ୍କାର ସାଇକେଲ, ଦ୍ୱିତୀୟ ଛତା ,ତୃତୀୟ ଆଇରନ , ଚତୁର୍ଥ ଉପହାର ଗ୍ରାଇଣ୍ଡର ପ୍ରଦାନ କରାଯାଇଥିଲା ।

ad-week
Leave A Reply

Your email address will not be published.