ଯୌନ ପିପାସୁଙ୍କ କବଳରୁ ନାବାଳିକା ଉଦ୍ଧାର : ବାହାର ରାଜ୍ୟରୁ ଆସିଥିବା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

add-all

ନିଶା ଦେଇ ଜଣେ ନାବାଳକ ସହିତ ଆଉ ଦୁଇ ମିଶି କଲେ ବଳାତ୍କାର

ବ୍ରହ୍ମପୁର : ଏଭଳି ଘଟଣା ଘଟିଛି ଗୋସାଇଁନୂଆଁଗାଁ ଥାନା ଅଞ୍ଚଳରେ । ନିଜ ଘରରୁ ଲୁଚି ଆସି ଆତ୍ମଗୋପନ କରିଥିବା ଝିଅ ହାଯାଇଛି ସବୁକିଛି । ଆନ୍ଦ୍ରପ୍ରଦେଶ କଡ଼ପା ଜିଲ୍ଲାରେ ରହୁଥିବା ନାବାଳିକାଙ୍କ ବାପା କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ।ତାଙ୍କ ମାଁ ଦ୍ୱିତୀୟ ବିବାହ କରିଥିଲେ ।ହେଲେ ତାଙ୍କ ସାବତ ବାପାର ଖରାପ ଦୃଷ୍ଟି ଝିଅ ଉପରେ ପଡିଥିଲା।ଦିନେ ସେ ଶୋଇଥିବା ବେଳେ ସାବତ ବାପା କରିଥିଲା ବଳତ୍କାର ଉଦ୍ୟମ, ଫଳରେ ନାବାଳିକା ଜଣଙ୍କ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ସେଠାରେ ଖସି ଆସି ପ୍ରଶାନ୍ତି ଟ୍ରେନ ଯୋଗେ ବ୍ରହ୍ମପୁର ପହଞ୍ଚି ଥିଲେ। ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ଏକ ଚା ଦୋକାନରେ କାମ କରି ରହୁଥିଲା ନାବାଳିକା ।

ତେବେ ତା ଉପରେ ଲାଞ୍ଜିପଲ୍ଲୀ ଧିପ ସାହିର ଏକ ୧୫ ବୟସ୍କ ନାବାଳକ ର ଲୋଲୁପ ଦୃଷ୍ଟି ପଡିଥିଲା । ସେ ତାକୁ ଫୁସଲେଇ ନିଜ ଘରକୁ ନେଇ ଯାଇଥିଲା।ଯେଉଁଠାରେ ନାବାଳକର ପରିବାର ରହିଥିଲେ । ସେଠାରେ ରହିବା ବେଳେ ନାବାଳକ ଦୁଇ ଜଣ ବନ୍ଧୁ ଉଭୟଙ୍କୁ ବୁଲିବାକୁ ଯିବାକୁ କହିଥିଲେ । ଏବଂ ନାବାଳିକା କୁ ଏକ ନିମଞ୍ଚନ ସ୍ଥାନକୁ ନେଇ ଯାଇଥିଲେ ଗତ୨୯ ରାରିଖରେ ।ସେଠାରେ ଖାଦ୍ୟରେ କିଛି ନିଶା ଦ୍ରବ୍ୟ ମିଶାଇ ପିଡିତା କୁ ଖାଇବାକୁ ଦେଇ ସମସ୍ତେ ନାବାଳିକା କୁ ଦୁଷ୍କର୍ମ କରିଥିଲେ।ଏବଂ ବିଭିନ୍ନ ସ୍ଥାନକୁ ନେଇ ତାକୁ ବାରମ୍ବାର ବଳାତ୍କାର କରିଥିଲେ।ବିଶେଷ ସୂତ୍ରରୁ ଖବର ପାଇ ଗୋସାଇନୁଆଁଗାଁ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରି ନାବାଳିକା ଉଦ୍ଧାର କରିଥିଲେ। ନାବାଳିକାର ଡାକ୍ତରୀ ମାଇନା କରିବା ସହିତ ନାବାଳକ ସହିତ ଢ଼ିପ ସାହିର ଅର୍ଜୁନ ନାୟକ ଏବଂ ଆଦିତ୍ୟ ନାୟକଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ୍।

ad-week
Leave A Reply

Your email address will not be published.