ଜ଼ିଲ୍ଲାପାଳଙ୍କ ସ୍ଵଂୟ ଗଣନା ପ୍ରତି ଆଲୋକପାତ

add-all

କୋରାପୁଟ/କୋଟପାଡ଼ : ସ୍ୱୟଂ ଗଣନା ପ୍ରକ୍ରିୟାଟି ଅତ୍ୟନ୍ତ ସହଜ ଓ ସରଳ : କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ନିଜ କାର୍ଯ୍ୟାଳୟ କକ୍ଷରେ ଜନଗଣନା–2027 ର ସ୍ୱୟଂ ଗଣନା ପ୍ରକ୍ରିୟା ସଫଳଭାବେ ସମ୍ପନ୍ନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଥିଲେ ଉପନିର୍ଦ୍ଦେଶକ (ଯୋଜନା), ସହାୟକ ଜିଲ୍ଲାପାଳ (ଜନଗଣନା) ଓ ଜନଗଣନା କାର୍ଯ୍ୟାଳୟର ଜିଲ୍ଲା ସମନ୍ୱୟକାରୀ। ଜିଲ୍ଲାପାଳଙ୍କ କହିବା ଆନୁସରେ “ସ୍ୱୟଂ ଗଣନା ପ୍ରକ୍ରିୟାଟି ଅତ୍ୟନ୍ତ ସହଜ ଓ ସରଳ ଥିଲା ଏବଂ ମାତ୍ର 5 ରୁ 7 ମିନିଟ୍ ମଧ୍ୟରେ ଏହା ସମାପ୍ତ ହୋଇଯାଇଥିଲା।”

ସେ ସମସ୍ତ ନାଗରିକଙ୍କୁ ସ୍ୱୟଂ ଗଣନା ପ୍ରକ୍ରିୟାରେ ସକ୍ରିୟlରେ ଭାଗ ନେବାକୁ ଆହ୍ୱାନ କରିଥିଲେ। ସେହିପରି, ସ୍ୱୟଂ ଗଣନା ପରେ ମିଳୁଥିବା 12 ଅଙ୍କ ବିଶିଷ୍ଠ ସଂଖ୍ୟାଟିକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବାକୁ ଏବଂ ଗଣନାକାରୀ ଘରକୁ ଆସିଲେ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା–2027କୁ ସଫଳ କରିବା ପାଇଁ ସମସ୍ତଙ୍କର ସମ୍ମିଳିତ ସହଯୋଗ ଆଶା କରାଯାଉଛି I

ad-week
Leave A Reply

Your email address will not be published.