ଶ୍ରମକୋଡ଼ ବାତିଲ ଦାବିରେ ଶ୍ରମିକଙ୍କ କଳାଦିବସ

add-all

ବ୍ରହ୍ମପୁର : ଶ୍ରମକୋଡ଼ ମାଲିକ ସପକ୍ଷବାଦୀ । ଶ୍ରମିକଙ୍କ ଶହଶହ ବର୍ଷର ରକ୍ତକ୍ଷୟ ସଂଘର୍ଷ ଫଳରେ ହାସଲ କରିଥିବା ଅଧିକାର ଅକାମୀ ହୋଇଯିବ । ଏହି ନୀତି ଏପ୍ରିଲ ପହିଲାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି । ତେଣୁ ଏହା ବିରୋଧରେ ଶ୍ରମିକ କଳା ଦିବସ ପାଳନ କରୁଛନ୍ତି। ନୂଆ କୋଡ଼ କାର୍ଯ୍ୟକାରୀ ହେଲେ ମାଲିକମାନେ ଶ୍ରମିକମାନଙ୍କୁ ଗୋତି ଶ୍ରମିକ ଭାବେ ବ୍ୟବହାର କରିବେ।ସେହିଭଳି ଅସ୍ଥାୟୀ ଓ ଚୁକ୍ତି ଭିତ୍ତିକ ନିଯୁକ୍ତି, ଶହେ ପରିବର୍ତ୍ତେ 3 ଶହ ପର୍ଯ୍ୟନ୍ତ ଶ୍ରମିକ କାର୍ଯ୍ୟ କରୁଥିବା ସଂସ୍ଥାରେ ବନ୍ଦ ପାଇଁ କୋହଳ ନୀତି ଗ୍ରହଣ ଯୋଗୁଁ 80 ପ୍ରତିଶତ ଶ୍ରମିକ ଶ୍ରମ ଆଇନ ପରିସର ବାହାରକୁ ଚାଲିଯିବେ। ସେହିଭଳି ଶ୍ରମିକଙ୍କ ମୁଖ୍ୟ ହତିଆର ଉନିୟନ ଗଠନ ଓ ଧର୍ମଘଟକୁ ଅକାମୀ କରିବା ପାଇଁ ଯୋଜନା କରାଯାଇଛି।
ଶ୍ରମିକ ମାନଙ୍କ ମଜୁରୀ, ଵୋନସ ଓ ପେନସନଭଳି ସାମାଜିକ ସୁରକ୍ଷା କ୍ଷେତ୍ରରେ ଥିବା ପ୍ରଚଳିତ ବ୍ୟବସ୍ଥାକୁ ପରିବର୍ତ୍ତନ କରି ମାଲିକ ମର୍ଜି ଉପରେ ଛାଡି ଦିଆଯାଇଛି। ଶ୍ରମିକ ମାନଙ୍କ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା, ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ଚାକିରୀ ସର୍ତ୍ତାବଳି ଗୁଡିକୁ ମାଲିକ ଲାଭ ସର୍ବସ୍ବ ନୀତିରେ ପରିବର୍ତ୍ତନ କରାଯାଇଛି।

ସେହିଭଳିକୋଟି କୋଟି ଅସଙ୍ଗଠିତ ଶ୍ରମିକଙ୍କ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଜନାକୁ ଦୁର୍ବଳ କରାଯାଇଛି। ମୋଟ ଉପରେ କେନ୍ଦ୍ର ସରକାର ଲେବର କୋଡ଼ ପ୍ରସ୍ତୁତ କଲାବେଳେ ଶ୍ରମିକ ଓ ମାଲିକ ଉଭୟଙ୍କ ପରାମର୍ଶ ଗ୍ରହଣ କରିବା ପରିବର୍ତ୍ତେ ମାଲିକଙ୍କ ନିର୍ଦ୍ଧେଶରେ ନୀତି ପ୍ରଣୟନ କରିଛନ୍ତି।ତେଣୁ ଏହି ଶ୍ରମକୋଡ଼ ସମ୍ପୁର୍ଣ୍ଣ ଶ୍ରମିକ ବିରୋଧୀ ଓ ଶ୍ରମିକଙ୍କୁ ନିରୋଳା ଶୋଷଣର ଏକ ଅସ୍ତ୍ରରୂପେ କାର୍ଯ୍ୟ କରିବ।ତେଣୁ ଶ୍ରମିକଙ୍କ ପାଇଁ ଏହା ଏକ କଳା ଆଇନ।ଏହାକୁ ବାତିଲ କରିବା ପାଇଁ କେନ୍ଦ୍ରୀୟ ସଂଗଠନ ଗୁଡ଼ିକ ଆଜି କଳା ଦିବସ ପାଳନ କରିଛନ୍ତି। ଆଜି ବ୍ରହ୍ମପୁରସ୍ଥ ଯୁଗ୍ମ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ AITUC ପକ୍ଷରୁ ପ୍ରଶାନ୍ତ ପାଟଯୋଶୀ,ପ୍ରବୀଣ ଦାସ, କାମଦେବ ନାହାକ ,CITU ର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, INTUC ର ଭୋକଲି ସେଠି, AIUTUC ର ସୋମନାଥ ପାତ୍ର, HMS ର ସତ୍ୟ ତ୍ରିପାଠୀ ଶ୍ରମିକ ନେତା ,ଅଳକ ମିଶ୍ର, ପ୍ରଫୁଲ ଜେନା, ରୋହିତ ବିଷୋୟୀ, ମହମ୍ମଦ ଉଷ୍ମମାନ୍,ମାଗୁଣୀ ବିଷୋୟୀ, ରବିନ୍ଦ୍ର ନାହାକ,ମଧୁ ବେହେରା,ନୀଳ ମାଧବ ରଥ ଓ ଗୋପାଳ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.