ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

add-all

ନୟାଗଡ଼ (ନିସର୍ତ୍ତ) : ମଧ୍ୟ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟ ଦେଖାଯାଇଥିବା ବେଳେ ଏହାର ସୁଯୋଗ ନେଇ କଳା ବଜାରୀ କରୁଛନ୍ତି ଅସାଧୁ ବ୍ୟକ୍ତି l ବିଭିନ୍ନ ଜାଗାରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରୀ ମାନେ ସିଲିଣ୍ଡର ଗଚ୍ଛିତ ରଖିବା ଯୋଗୁଁ ବଜାରରେ ଗ୍ୟାସର ଅଭାବ ଦେଖାଯାଉଛି । କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ରଣପୁରର ବିଭିନ୍ନ ଜାଗାରେ କଳାବଜାରୀଙ୍କ ଦୋକାନ ଉପରେ ଚଢ଼ାଉ କରା ଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ରାଜସୁନାଖଳାର ଏକଡାଳିଆ ସାହି ନିବାସୀ ରଘୁନାଥ ସାହୁଙ୍କ ଘରେ ଯୋଗାଣ ବିଭାଗ ଅଧିକାରୀ ଅନିତା ରାଉତ ରାୟ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଡିଓ ମନୋଜ ନାୟକ ଓ ସ୍ଥାନୀୟ ଫାଣ୍ଡି ପୋଲିସ ଏ ଏସ ଆଇ ହେମନ୍ତ ପ୍ରଧାନ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଇଣ୍ଡିଆନ, ଭାରତ ଓ ଏଚପି କମ୍ପାନୀର ୩୨ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଥିଲା ।

୩୨ଟି ଗ୍ୟାସ ସିଲିଣ୍ଡର ମଧ୍ୟରୁ ୭ଟି ପୂର୍ଣ୍ଣ ସିଲିଣ୍ଡର ଥିବା ବେଳେ ୨୫ଟି ଖାଲି ଟାଙ୍କି ରହିଥିଲା । ସେହି ଭଳି ରଣପୁର ୱାର୍ଡ ନମ୍ବର ୬ରୁ ବିଶ୍ୱ ରଞ୍ଜନ ପୃଷ୍ଟି ଓ ସତ୍ୟ ନାରାୟଣ ପୃଷ୍ଟି ଙ୍କ ଘରେ ଚଢ଼ାଉ କରାଯାଇ ୩ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଛି । ଏହି ଚଢ଼ଉରେ ତହସିଲଦାର ବ୍ଲକ ଡେଭଲପମେଣ୍ଟ ଅଫିସର ଓ ରଣପୁର ଅର୍ବାନ ଅଫିସର ସାମିଲ ଥିଲେ । ଆଗାମୀ ଦିନରେ ଗ୍ୟାସ କଳା ବଜାରୀ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି ।

Leave A Reply

Your email address will not be published.