
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି ଯୁବନେତା ହରିହର ନାଏକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।ଏହି ଅବସରରେ ବିଜେପି ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ପ୍ୟାନେଲିଷ୍ଟ ବ୍ରଜ କିଶୋର ମିଶ୍ର, ରାଜ୍ୟ ପରିଷଦ ସଦସ୍ୟ ଦେବେନ୍ଦ୍ର ନାୟକ, ଭଦ୍ରକ ଜିଲ୍ଲା ସଂପାଦକ ପ୍ରିୟରଞ୍ଜନ ଜେନା, ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଅତୁଲ୍ୟ କୁମାର ଜେନା, ରୁଦ୍ର ପ୍ରତାପ ମହାନ୍ତି, ରମେଶ ଚନ୍ଦ୍ର ବାରିକ ଓ ଅବଦୁଲ୍ଲ ଅହେଦ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।ମିଶ୍ରଣ ପର୍ବରେ ବିଜେପି ନେତାମାନେ କହିଛନ୍ତି, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ। ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି। ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି।