ସରକାରୀ ଜାଗାରେ ଓ ସରକାରୀ କ୍ୱାଟର ମଧ୍ୟସ୍ଥ ଜାଗାରେ ନିର୍ମାଣ ହେଉଛି ବିଶାଳ ଗୃହ ଓ ହୋଟେଲ – ପ୍ରଶାସନ ଚୁପ୍

add-all

ମାଲକାନଗିରି, ୪।୪ : ବଢୁଛି ମାଲକାନଗିରି ସହର, ସଦର ମହକୁମାରେ ବା ପୌରାଂଚଳରେ ଜନସଙ୍ଖ୍ୟା ବ୍ରୁଦ୍ଧି ସାଙ୍ଗକୁ ଘର ଦ୍ବାର ମଧ୍ୟ ବ୍ରୁଦ୍ଧି ପାଉଛି। ତେବେ କିଛି ଅସାଧୁ ବ୍ୟକ୍ତି,ବ୍ୟବସାୟୀଙ୍କ ନଜର ଏବେ ସହର ପ୍ରମୁଖ ସରକାରୀ ଜାଗା ଓସରକାରୀ କ୍ୱାଟର ମଧ୍ୟସ୍ଥ ଜାଗାରେ ଉପରେ ରହିଛି। ଆଉ ପ୍ରଶାସନ କିମ୍ବା ସରକାରୀ ନିତୀ ନିୟମକୁ ଫୁ କରି ସରକାରୀ ଜାଗା ହଡପ୍ କରି ବେଆଇନ ଭାବେ ବହୁତଳ ପ୍ରାସାଦ ଓ ଷ୍ଟଲ୍ ବା ବ୍ୟବସାୟୀକ ପ୍ରତିଷ୍ଠାନ ନିର୍ମାଣ କରିବାକୁ ପଛାଉ ନାହାନ୍ତି କିଛି ବ୍ୟକ୍ତି। ମାଲକାନଗିରି ଷ୍ଟାଡିୟମ୍ କୁ ସଂଯୋଗ କରୁଥିବା ରାସ୍ତା କଡରେ ନିର୍ମାଣ ହୋଇଛି ଏମିତି ଏକ ୫ ମହଲା କୋଠା । ମିଳିଥିବା ସୁଚନା ଅନୁଯାଇ ମାଲକାନାଗିରି ତହସିଲ ଅନ୍ତର୍ଗତ ମାଲକାନଗିରି ମୌଜାରେ ଥିବା ଖତିଆନ ସଙ୍ଖ୍ୟା ୯୯୪/୬୫୬୮ ଅନ୍ତର୍ଗତ ପ୍ଲଟ ନଂ ୯୮୧/୧୨୦୭୪ ରେ ମାଲିକ ସାଗରିକା ମଜୁମଦାରଙ୍କ ନାଁରେ ରହିଛି ମାତ୍ର ୨ ଡେସିମିଲ ଜାଗା। କିନ୍ତୁ ପ୍ରାୟ ୯୦୦ ବର୍ଗ ଫୁଟ ପଟ୍ଟା ଜାଗା ଥିବା ବେଳେ ପ୍ରାୟ ୩୦୦୦ ବର୍ଗ ଫୁଟ ଜାଗାରେ ତିଆରି ହୋଉଛି ଏକ ତାରକା ହୋଟେଲ।

ତେବେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ବର୍ଗ ଫୁଟ ରାସ୍ତା କୁ ମାଡି ବସି ବେଆଇନ ଭାବେ ଏହି କୋଠା ନିର୍ମାଣ କରା ଯାଉଛି। ହେଲେ ପ୍ରଶାସନ ର ଛାତି ଉପରେ ନିର୍ମାଣ ହୋଉ ଥିବା ଏହି ବହୁତଳ କୋଠାକୁ ନେଇ ଉପ-ଜିଲ୍ଲାପାଳ, ତହସିଲଦାର, ରାଜସ୍ବ ନୀରିକ୍ଷକ କିମ୍ବା ପୌରପରିଷଦ କିନ୍ତୁ ଚୁପ ଥିବା କୁହାଯାଉଛି। କେବଳ ଏତିକି ନୁହେ, ଏହି ବହୁତଳ ପ୍ରାସାଦ ଲାଗି ନାଁ ପୌରପରିଷଦ ଅନୁମତି ଲୋଡା ଯାଇ ନାହି ବୋଲି ମଧ୍ୟ ଅଭିଯୋଗ ହୋଇଛି। ସେହିପରି ଅଗ୍ନିଶମ ବିଭାଗ ର ଅନୁମୋଦନ ମିଳି ନଥିବା ନେଇ ସୂଚନା ମିଳିଥିବା ବେଳେ କିପରି ଏହି ବେଇଆନ ନିର୍ମାଣ ଜାରି ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଜିଲ୍ଲା ସଦରରେ ଏପରି କାର୍ଯ୍ୟ ହେଉଥିବା ବେଳେ ପ୍ରଶାସନ କାହିଁକି ଚୁପ ବସିଛି ତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଆମେ ମାଲକାନଗିରି ରାଜସ୍ୱ ନିରିକ୍ଷକ ମଧୁସୂଦନ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଆମ ନିକଟକୁ ଏଭଳି କୌଣସି ଅଭିଯୋଗ ଆସିନାହି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ ହେବ।

Leave A Reply

Your email address will not be published.