ବୈଠକ ପରେ ମୁହଁ ଖୋଲିଲେ ନେତା, କହିଲେ ନିଷ୍ପତ୍ତି ଅତି ଉତ୍ତମ

add-all

ଭୁବନେଶ୍ୱର: କଣ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଚର୍ଚ୍ଚା ପ୍ରବଳ । ବିଶେଷ କରି ପ୍ରମିଳାଙ୍କ ସରକାରୀ ବାସଭବନରେ ବସିଥିଲା ସରକାରୀ ବୈଠକ । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ପ୍ରତି ନିର୍ବାଚନ ମଣ୍ଡଳୀରେ ବୈଠକ କର । ଯୁବ, ଛାତ୍ର, ମହିଳା କମିଟି ସୁଦୃଢ କରିବାକୁ କାମ ହେଉଛି ।
କେବେ ହେବ କାର୍ଯ୍ୟକାରିଣୀ, ସେ ନେଇ ଅବଗତ କରିବାକୁ ନବୀନ କହିଛନ୍ତି । ଯାଜପୁର ସଂଗଠନ ଓ ଆଗକୁ ଥିବା ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ନେଇ ଆଲୋଚନା ହୋଇଛି । ଏହା ପ୍ରତି ଜିଲ୍ଲାରେ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ। ଏ ସବୁ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବାକୁ ନବୀନ ନିବାସ ଯାଉଛୁ । ଦଳ ବିରୋଧୀ କାମ ଯିଏ କରିବ, ବିଦା ହେବ। ଏହାର ଆଦୌ କିଛି ଫରକ ପଡ଼ିବନି । ସେହିପରି ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ପ୍ରିତୀ ରଞ୍ଜନ ଘଡାଇ ବି ଦୋହରାଇଛନ୍ତି ସମାନ ମତ ।
ସେପଟେ ଭଦ୍ରକ ବିଜେଡି ଜିଲ୍ଲା ସଭାପତି ବ୍ୟୋମକେଶ ରାୟ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭଦ୍ରକ ଜିଲ୍ଲାରେ ବିଜେଡିକୁ ଭାଙ୍ଗିବା ପାଇଁ ଫୁଲ ଦମ୍ରେ ଚେଷ୍ଟା କରୁଥିଲେ ମୁକ୍ତିକାନ୍ତ ମଣ୍ଡଳ । ଆଉ ନବୀନ ବାବୁଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି ।

Leave A Reply

Your email address will not be published.