
ବାଲିଗୁଡା : ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା ସମାଜସେବୀ ଟୁନା ଦାସ l
ବାଲିଗୁଡା ଵନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ର ଅନ୍ତେବାସୀ ଙ୍କ ନିକଟରେ ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କ ଠାରୁ ଆଶ୍ରିବାଦ ନେଇଥିଲେ ଟୁନା ଦାସ l କ୍ୟାଣ୍ଡଲ ଜଳାଇ କେକ୍ କାଟି ଜନ୍ମ ଦିନ ପାଳନ କରିବା ପରିବର୍ତ୍ତେ ଅନ୍ତେବାସୀ ଙ୍କ ଠାରେ ଜନ୍ମ ଦିନ ପାଳନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ସମାଜସେବୀ ଟୁନା ଦାସ l ନିଜ ପରିବାର ତଥା ସନ୍ତାନ ଙ୍କ ପାଇଁ ଅଲୋଡ଼ା ହୋଇଥିବା ବୃଦ୍ଧ ବୃଦ୍ଧା ଙ୍କ ସହ ଜନ୍ମ ଦିନ ପାଳନ କରିବା ନେଇ ବେଶ ଖୁସି ହୋଇଥିଲେ ସମସ୍ତ ଅନ୍ତେବାସୀ l