ଆସିକା ପୂର୍ତ୍ତ ବିଭାଗ ର ଧୂର୍ତ୍ତ କାମ :ଇ.ଟେଣ୍ଡର ନକରି ସବଡ଼ିଭିଜନ୍ ଟେଣ୍ଡର ମାଧ୍ୟମରେ ଦଳୀୟ କର୍ମୀଙ୍କ ପାଇଁ ଥୋପ….

ସରକାରୀ ଅର୍ଥ ବିନା କାମରେ ହରିଲୁଟ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପୂର୍ତ୍ତବିଭାଗ ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ତାହାର ନଗ୍ନ ନମୁନା ଆସିକା ପୂର୍ତ୍ତ ବିଭାଗ ରେ ଦେଖିବାକୁ ମିଳିଛି । ପୂର୍ବ ସରକାର ସମୟରେ ଇ ଟେଣ୍ଡର କରିବା ବାଧ୍ୟତା ମୂଳକ ଥିବା ବେଳେ ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରାଯାଇ ରାଜନେତଙ୍କ ପାଖ ଲୋକ ହାତ ଗଣତି ଠିକାଦାରଙ୍କୁ କାମ ଦେଇ ସରକାରଙ୍କ ଟଙ୍କା ଲୁଟ ଚାଲିଛି।କୌଣସି ସ୍ଥାନରେ ବାଲି କିମ୍ବା ଗୁଡ଼ି ପଡ଼ିନଥିବା ବେଳେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଟଙ୍କା ଲୁଟ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ଗତ ମାର୍ଚ୍ଚ ମାସରେ ଆସିକା ପୂର୍ତ୍ତ ବିଭାଗ ଅଧିନରେ ଇ ଟେଣ୍ଡର ନକରି ସବ୍ ଡିଭିଭିଜ ମାଧ୍ୟମରେ ନେତାଙ୍କ ଇସାରାରେ ଦଳୀୟ କର୍ମୀ ଙ୍କ ପାଇଁ ଥୋପ ସରକାର ଅର୍ଥ ସ୍ୱାହା ବୋଲି ସାଧାରଣ ରେ ଆଲୋଚନା ହେଉଛି। ପୂର୍ବରୁ ହରିହର ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ଓ ଆସିକା ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରେ ପୂର୍ତ୍ତ ବିଭାଗର ଦୁର୍ନୀତି କରିବାରେ ରେକର୍ଡ ରହିଛି। ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବା ସହ କରିତକର୍ମା ବାବୁ ମାନେ ଜେଲ ଯିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଆସିକା ପୂର୍ତ୍ତ ବିଭାଗ ର ଦୁର୍ନୀତି ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ ହେଲେ ସରକାର ଅର୍ଥର ରେ ହରିଲୁଟରେ ରୋକ ଲାଗିବ।

ad-week
Leave A Reply

Your email address will not be published.