କୋରାପୁଟରେ ଜିଲ୍ଲାସ୍ତରୀୟ ‘ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ: ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହେଲା ରୋଡମ୍ୟାପ୍

add-all

କୋରାପୁଟ : ରାଜ୍ୟ ବଜେଟକୁ ଅଧିକ ଲୋକାଭିମୁଖୀ କରିବା ଏବଂ ଜନସାଧାରଣଙ୍କୁ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ‘ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ଏହି ବଜେଟକୁ କେବଳ ଏକ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହାକୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଏକ ସୁଦୃଢ଼ ରୋଡମ୍ୟାପ୍ ଭାବେ ଅଭିହିତ କରାଯାଇଛି।
କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ ଯେ, ଆଗାମୀ ଆର୍ଥିକ ବର୍ଷର ବଜେଟ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ। ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ବ୍ରହ୍ମପୁର-ଜୟପୁର ସଂଯୋଗୀକରଣ ପ୍ରକଳ୍ପ ଏହି ବଜେଟର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଛି, ଯାହା ଅଞ୍ଚଳର ଗମନାଗମନ ଓ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏହି ଅବସରରେ ଓଡ଼ିଶା ବଜେଟରେ ସ୍ଥାନିତ ହୋଇଥିବା ବିଭିନ୍ନ ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଏବଂ କୋରାପୁଟ ଜିଲ୍ଲା ପାଇଁ ଥିବା ବିଶେଷ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ।

ad-week
Leave A Reply

Your email address will not be published.