ମାଲକାନଗିରି ଜିଲ୍ଲାକୋର୍ଟ କୁ ଇ-ମେଲ୍ ଦ୍ବାରା ବୋମା ଧମକ ପରେ ବନ୍ଦ ହେଲା ଜିଲ୍ଲା କୋର୍ଟ

add-all

ମାଲକାନଗିରି : ଏକ ଅଜ୍ଞାତ ଇ-ମେଲ୍ ଜରିଆରେ ମାଲକାନଗିରି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମାଲକାନଗିରି ଜିଲ୍ଲାକୋର୍ଟ ପରିସରରେ ଆଜି ଦେଖିବାକୁ ମିଳିଛି ବୋମା ଆତଙ୍କ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ପରିସରରେ ତନାଘନା ଜାରି ରଖିଥିଲେ । ସୂଚନା ଅନୁଯାୟୀ ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସମୟରେ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହି ଇ-ମେଲ୍‌ରେ ତାମିଲନାଡୁ ଲିବରେସନ ଗ୍ରୁପ୍ ନାମକ ଏକ ସଂଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ ଏହାକୁ କିଛି ସମୟ ମଧ୍ୟରେ ଉଡ଼ାଇ ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ ସମସ୍ତ କର୍ମଚାରୀ ଓକିଲ ଏବଂ ମହକିଲମାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କାର୍ଯ୍ୟ ଜାରି ରଖିଛି।

Leave A Reply

Your email address will not be published.