ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

add-all

ଛତ୍ରପୁର : ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରରେ ସାୟାଂଶ ପଟ୍ଟନାୟକ (ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି) ପ୍ରଥମ ସ୍ଥାନ, ସ୍ୱାଧୀନ ପ୍ରଧାନ (ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର) ଦ୍ୱିତୀୟ ସ୍ଥାନ ଏବଂ ଦିବ୍ୟାଂଶୁ ହାତୀ (ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର) ଓ କେ. ଅମ୍ରିକ ପାତ୍ର (ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି) ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଚ୍ଚ ବିଦ୍ୟାଳୟ ସ୍ତରରେ ଶ୍ରୀୟାଶ୍ରୀ ବିଷୋୟୀ (କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର) ପ୍ରଥମ ସ୍ଥାନ, ଦେବୀନା ନାୟକ (କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର) ଦ୍ୱିତୀୟ ସ୍ଥାନ ଏବଂ ସ୍ମିତାଞ୍ଜଳୀ ସାହୁ (ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ଓ ସୋନମ ପ୍ରିୟା ପଣ୍ଡା (ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ଛତ୍ରପୁର) ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବରୁଣ କୁମାର ସାହୁ (ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ୍, ଛତ୍ରପୁର) ପ୍ରଥମ ସ୍ଥାନ, ବସୁନ୍ଧରା ପାଣିଗ୍ରାହୀ (ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ୍, ଛତ୍ରପୁର) ଦ୍ୱିତୀୟ ସ୍ଥାନ ଏବଂ ଅବନ୍ତିକା ସ୍ୱାଇଁ (ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମହାବିଦ୍ୟାଳୟ ସ୍ତରରେ ରେଶ୍ମା ସ୍ୱାଇଁ (ମହିଳା ମହାବିଦ୍ୟାଳୟ, ଛତ୍ରପୁର) ପ୍ରଥମ ସ୍ଥାନ, ଶିଖା ନାୟକ (ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର) ଦ୍ୱିତୀୟ ସ୍ଥାନ ଏବଂ ପବିତ୍ର ମୁଦୁଲୀ (ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର) ଓ ଶିବାନୀ ବେହେରା (ମହିଳା ମହାବିଦ୍ୟାଳୟ, ଛତ୍ରପୁର) ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ପ୍ରତିଯୋଗିତାଗୁଡିକରେ ଅଶୋକ କୁମାର ଚୌଧୁରୀ (ପୂର୍ବତନ ବିଧାୟକ), ପ୍ରଶାନ୍ତ କୁମାର ଶତପଥୀ (ଶିକ୍ଷାବିତ୍) ଓ ଦିଲ୍ଲୀପ କୁମାର ପଲେଇ (ଶିକ୍ଷାବିତ୍) ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.