ବାଇକ୍ ଦୁର୍ଘଟଣାରେ ଜଣେ ମୃତ: ଗୋଟିଏ ସ୍ଥାନରେ ବାରମ୍ବାର ଘଟୁଛି ଦୁର୍ଘଟଣା…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଗୋପାଳ ପ୍ରସାଦ ବୁଲାଣି ଠାରେ ପୁଣି ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଆଉ ଗୋଟିଏ ମୂଲ୍ୟବାନ ଜୀବନ ଚାଲି ଯାଇଛି । ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ଚୁପ୍ ବସିଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଲକ ରାଜିଙ୍ଗି ଗ୍ରାମର ଭାବଗ୍ରାହୀ ବେହେରାଙ୍କ ପୁଅ ଭାଗିରଥୀ ବେହେରା ସୋମବାର ଅପରାହ୍ନ ୪ ଘଟିକା ସମୟରେ ଘରକୁ ଫେରୁଥିବା ସମୟରେ ଗୋପାଳ ପ୍ରସାଦ ବୁଲାଣି ଠାରେ ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଜଣକର ମାମୁଁ ଘର ପତଣ୍ଡା ହୋଇଥିବାରୁ ଘଟଣାସ୍ଥଳରେ ଯୁବକ ଜଣକର ପରିବାର ଏବଂ ମାମୁଁଘର ଲୋକେ ପହଞ୍ଚି ଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗଣିଆ ପୋଲିସ ପହଞ୍ଚି ଶବଟିକୁ ଜବତ କରିବା ସହିତ ମଙ୍ଗଳବାର ବ୍ୟବଛେଦ ପାଇଁ ପଠାଇବ ବୋଲି ଜଣାପଡିଛି । ତେବେ ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.