ଆସିକା ସୁନାମ୍ବ ସାହି ଋଷି କୂଲ୍ୟା ନଦୀ ଠାରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବନ୍ଧା ଯାଇଥିବା ଘାଇକୁ ବାଲି ମାଫିଆ ମାନେ ଭାଙ୍ଗି ଲେ…..!

ପାନୀୟ ଜଳ ପାଇଁ ଲୋକେ ହାହାକାର ଏପଟେ ପ୍ରଶାସନ ନିରବ ଦ୍ରଷ୍ଟା …..!
ବ୍ରହ୍ମପୁର: ଆସିକା ସହରରେ ପାନୀୟ ଜଳ ସମସ୍ୟା କୁ ଦେଖି ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନାମ୍ବ ସାହି ସ୍ଥିତ ଋଷିକୂଲ୍ୟା ନଦୀର ଜଳକୁ ଘେରି ବନ୍ଧ କରି ବାନ୍ଧିଥିଲେ। ଗତ ଶନିବାର ରାତ୍ରରେ ଟ୍ରାକ୍ଟର ରେ ବାଲି ନେଉଥିବା ବାଲି ମାଫିଆ ମାନେ ଉକ୍ତ ଘେରି ବନ୍ଧକୁ ଭାଙ୍ଗି ଦେବା ଫଳରେ ଜଳ ଯୋଗାଣ ଠପ ହୋଇଯା ଇଛି। ଟ୍ରାକ୍ଟର ରେ ବାଲି ନେଉଥିବା ବାଲି ମାଫିଆ ମାନେ ରୀତିମତ ଋଷି କୂଲ୍ୟା ନଦୀ ବନ୍ଧକୁ କାଟି ଚୋରା ବାଲି ନେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ରେ ଆସିକା ଅଞ୍ଚଳର କେତେକ ୱାର୍ଡ ବାସିନ୍ଦା ଜଳକଷ୍ଟ ଭୋଗୁଛନ୍ତି। ଲୋକଙ୍କ ଦାବୀ ପରେ ଜନସ୍ୱାସ୍ଥ୍ୟ ବିଭାଗ ଋଷିକୂଲ୍ୟା ନଦୀରେ ତିନି ଦିନ ହେବ ନଦୀ ଜଳକୁ ବନ୍ଧେଇ ବା ଫଳରେ ସହର ରେ ପାନୀୟ ଜଳ ସମସ୍ୟା କିଛି ମାତ୍ରା ରେ ଦୂର ହୋଇଥିଲା। ଶେଷରେ ବାଲି ମାଫିଆ ମାନେ ଉକ୍ତ ନଦୀ ବନ୍ଧକୁ ଭାଙ୍ଗିଦେବା ଫଳରେ ଜଳ ଯୋଗାଣ ବାଧା ପ୍ରାପ୍ତ ହୋଇଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଘରୋଇ ପାନୀୟ ଜଳ ଯୋଗାଣ ରେ ବାଧା ପ୍ରାପ୍ତ ବର୍ତ୍ତମାନ ପରିସ୍ଥିତି ରେ ଲୋକଙ୍କ ଦୁଇ ଗୁଣ ଦୁଃଖ ବଢ଼ି ଯାଇଥିବା ଲକ୍ଷ କରାଯାଇଛି। ବାଲି ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ବାଲି ମାଫିଆ ମାନଙ୍କ ବିରୋଧ ରେ ଜନ ଆନ୍ଦୋଳନ ହେବାକୁ ଲୋକେ ଚେତାବନୀ ଦେଲେଣି । ପ୍ରଶାସନ ସବୁ ଜାଣି ସବୁ ଦେଖି ଚୁପ ରହିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି l ଟଙ୍କାର ମୂଲ୍ୟ ପାଖରେ ଲୋକଙ୍କ ଜୀବନ କିଛି ନାହିଁ ତାହା ପ୍ରମାଣିତ l ଲୋକେ ବିରୋଧ କଲେ ମିଳୁଛି ଧମକ ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି l
