ଜିତୁମୁଣ୍ଡା ଙ୍କ ଭଉଣୀର କଙ୍କାଳ ଘଟଣା ପରେ ବି ଚେତୁ ନାହାନ୍ତି ବ୍ୟାଙ୍କ ଵାଲା…! ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଭତ୍ତା ପାଇଁ ବ୍ୟାଙ୍କ କୁ ଆସିବାକୁ ବାଧ୍ୟ କହୁଛି ବ୍ୟାଙ୍କ……!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ହେମଲତା ବିଷୋୟୀ (୮୦)ନିଜର ଭତ୍ତା ପାଇଁ ହଟହଟା ହେଉଥିବା ଜଣା ପଡିଛି। ପୂର୍ବରୁ ହେମଲତା ବିଷୋୟୀ ଙ୍କୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। କିଛି ମାସ ହେଲା ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା ହେମଲତା ବିଷୋୟୀ ଦେହ ଅସୁସ୍ଥ ଯୋଗୁଁ ଶଯ୍ୟାଶାୟୀ ହୋଇଛନ୍ତି। ତାଙ୍କ ପୁଅ ଅସିତ କୁମାର ବିଷୋୟୀ ଆସିକା ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ଙ୍କୁ ବାରମ୍ବାର ଦୌଡ଼ି ନୟାନ୍ତ ହେବା ପରେ ନିବେଦନ କରିବା ସହ ଶଯ୍ୟାଶାୟୀ ମାଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କୁ ନେଇ ଦେଖାଇଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଉକ୍ତ ଶଯ୍ୟାଶାୟୀ ବୃଦ୍ଧା ବ୍ୟାଙ୍କ ଙ୍କୁ ଆସିଲେ ହିଁ ଭତ୍ତା ଟଙ୍କା ଦିଆଯିବା ବୋଲି ତାଙ୍କ ଜିଦ ରେ ଅଟଳ ଥିବା ତାଙ୍କ ପୁତ୍ର ଅସିତ କୁମାର ବିଷୋୟୀ ଅଭିଯୋଗ କରିଛନ୍ତି। କେଉଁଝର ଜିଲ୍ଲାର ଜିତୁ ମୁଣ୍ଡାଙ୍କ ଭଉଣୀର କଙ୍କାଳ ଘଟଣା ପାଇଁ ଆଜି ଆମ ରାଜ୍ୟ ଦେଶ ବିଦେଶ ରେ ନିନ୍ଦିତ ହୋଇଛି। ଜିତୁ ମୁଣ୍ଡାଙ୍କ ଘଟଣା ପରେ ବି କିଛି ବ୍ୟାଙ୍କ ଏବେ ସୁଦ୍ଧା ସୁଧୁରି ନାହାନ୍ତି। ଅଧିକାଂଶ ବ୍ୟାଙ୍କ କର୍ମଚାରୀ ମାନଙ୍କ ଯୋଗୁଁ ସାଧରଣ ଗ୍ରାହକ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ଏବେ ନିତିଦିନିଆ ହୋଇଛି। ଏବେବି ବହୁ ବୃଦ୍ଧ ବୃଦ୍ଧା ମାନେ ପେନସେନ ହେଉକି ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିଭିନ୍ନ ବ୍ୟାଙ୍କ କୁ ଅସୁସ୍ଥ ତା କାରଣ ରୁ ନଯାଇ ହଟହଟା ହେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ପାଳ ତୁରନ୍ତ ହେମଲତା ଭଳି ବୃଦ୍ଧା ମାନେ ଯେଉଁ ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥି ପ୍ରତି ଧ୍ୟାନ ଦେବାକୁ ସଚେତନ ମହଲ ରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.