
ହତ୍ୟା ଘଟଣା କୁ ପୋଲିସ ଅପମୃତ୍ୟୁ ମାମଲା କରିବା ପଛରେ ରହସ୍ୟ କଣ….?
ଭୁବନେଶ୍ୱର / ବାଲିଗୁଡା : କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଗ୍ରେ ସିଙ୍ଗିଆ ପଞ୍ଚାୟତ ଡ଼କ ରିଙ୍ଗିଆ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଏକ ଯୁବକର ଗଳିତ ଶବ ଠାବ ହୋଇଛି। ଗାଁ ଲୋକେ ମୃତ ଦେହ ଦେଖି ମୃତକ ଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।ଘର ଲୋକ ଶବକୁ ଚି଼ହ୍ନଟ କରି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସମ୍ପର୍କ ରେ ଥାନରେ ଏତଲା ଦେଇଥିଲେ। ମୃତ ଯୁବକ ଜଣକ ହେଲେ କିରଣ ପ୍ରଧାନ (୨୦) ପିତା ପ୍ରହ୍ଲାଦ ପ୍ରଧାନ ଗ୍ରାମ ଡ଼କରିଙ୍ଗିଆ (ପୁନି ଜାନୁ ) ବୋଲି ଜଣା ପଡିଛି। କିରଣ ପ୍ରଧାନ ଗତ ୧୦ ତାରିଖ ଠାରୁ ନିଖୋଜ ଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ପରିବାର ଲୋକେ କିରଣ ପ୍ରଧାନ କୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ ବି ପୋଲିସ ପକ୍ଷରୁ ୪/୨୬ ଏକ ଅପମୃତ ମାମଲା ରୁଜୁ କରାଯାଇଛି। ମୃତ ଯୁବକର ଶରୀର ରେ ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଥିବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଥିବା ବେଳେ ପୋଲିସ କାହା ଚାପରେ ଅପମୃତ ମାମଲା ରୁଜୁ କରୁଛି ତାହା ତଦନ୍ତ ସାଫେକ୍ଷ୍ୟ l ପୋଲିସ ର ଏକ ତରଫା ତଦନ୍ତ କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉକି ମୃତ ଶରୀର କିଛି ଦୂରରେ ଗୋଟିଏ ତିନି ଚକିଆ ଗାଡିର ଚକା ଚି଼ହ୍ନ ରହିଛି ତେଣୁ ସନ୍ଦେହ ଉଙ୍କି ମାରିବା ସ୍ୱାଭାବିକ କଥା l ପରିବାର ଏବଂ ସାଧାରଣ ରେ ଅଭିଯୋଗ ଆସୁଛି ଯୁବକକୁ ହତ୍ୟା କରି ଏଠାରେ ଫୋପଡ଼ା ଯାଇଛି,ନିରୀହ ଯୁବକ ମୃତ କିରଣ ପ୍ରଧାନ ଙ୍କ ହତ୍ୟା ଘଟଣା ର ସତ୍ୟା ସତ୍ୟ ଯାଞ୍ଜ କରିବାକୁ ଅଞ୍ଚଳ ବାସୀ କନ୍ଧମାଳ ଏସପି ଙ୍କୁ ନିବେଦନ କରିଛନ୍ତି। ପୋଲିସ ପୁଙ୍ଖାପୁକ୍ଷିକ ଭାବରେ ଯାଞ୍ଚ କଲେ ମୃତ୍ୟୁ ର ପ୍ରକୃତ ରହସ୍ୟ ଲୋକ ଲୋଚନ କୁ ଆସିପାରିବ ବୋଲି ସାଧାରଣ ରେ ଦାବୀ ହେଉଛି l
