ଖଇରମାଲ ଗାଁରେ ବ୍ୟାପୁଛି ଜଣ୍ଡିସ୍‌, ଚାଲିଛି ନମୁନା ସଂଗ୍ରହ

add-all

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି ନମୁନା ମଧ୍ୟରୁ ୯ ଜଣ ଜଣ୍ଡିସ ରେ ଆକ୍ରାନ୍ତ ହେଇଥିବା ସୂଚନା ମିଳିଛି। ତେବେ ଜଣ୍ଡିସ ରେ ଅଧିକାଂଶ ଝିଅ ଆକ୍ରାନ୍ତ ହେଇଥିବା ବେଳେ ସେମାନଙ୍କ ବୟସ ୧୫ ରୁ କମ୍ ବୋଲି ଜଣାପଡିଛି। ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ଗାଁ ରେ ମିଳୁଥିବା ଗୁପଚୁପ୍ ଆଦି ର ନମୁନା ସଂଗ୍ରହ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଯଥେଷ୍ଟ ପରିମାଣରେ ହେଲୋଜେନ ବଟିକା ଦିଆଯାଇଛି।

ତେବେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି। ବିଭାଗର କର୍ମଚାରୀ ସେଠାରେ ଶିବିର କରି ରହିବା ପରିବର୍ତ୍ତେ ଘେରାଏ ବୁଲି ଫେରି ଆସୁଛନ୍ତି। ଫଳରେ ଜଣ୍ଡିସ ଭଳି ଜଳ ବାହିତ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯାଇପାରୁନାହିଁ। ଦୂଷିତ ପାନୀୟ ଜଳ ରୋଗ ବ୍ୟାପିବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଅଥଚ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଜଣ୍ଡିସ କମିବା ବଦଳରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି। ଏନେଇ ଗ୍ରାମ୍ୟ ଜଳଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ରାଜେଶ ଗଡ଼ନାୟକ ଙ୍କ ସହିତ ଯୋଗାଯୋଗ କରିବା ସତ୍ତ୍ୱେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.