
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ବିଶିଷ୍ଠ ଶିକ୍ଷାବିତ୍ ତଥା ବହୁପୁରାତନ ଭକ୍ତ ଚରଣ କ୍ଳବ ର ଉପଦେଷ୍ଟା ବନମାଳୀ ଆଚାର୍ଯ୍ୟଙ୍କ ୮୬(ବର୍ଷ) ବୟସରେ ବୁଧବାର ଦିନ ନିଜ ବାସଭବନରେ ବିୟୋଗ ହୋଇଯାଇଅଛି । ସ୍ବର୍ଗତ ବନମାଳୀ ଆଚାର୍ଯ୍ୟ ହୃଦ୍ ଜନିତ ରୋଗରେ ପ୍ରିଡ଼ିତ ଥିଲେ । କିଛି ଦିନ ହେବ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରି ଥିଲେ । ସ୍ବର୍ଗତ ବନମାଳୀ ଆଚାର୍ଯ୍ୟ ଜଣେ କର୍ତ୍ତବ୍ୟ ନିଷ୍ଠ , ଛାତ୍ରବତ୍ସଳ,କର୍ମଠ, ଧର୍ମ ପରାୟଣ, ପରୋପକାରୀ, ମିଷ୍ଠ ଭାଷୀ ଓ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଥିଲେ ।
ଶେଷ ନିଶ୍ୱାସ ତ୍ୟାଗ ସମୟରେ ତାଙ୍କ ପାଖରେ ଭାଇ,୩ ଝିଅ, ୩ଜ୍ୱାଇଁ, ନାତି ନାତୁଣୀ ଏବଂ ପରିଜନମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ରାଜ ସୁନାଖଳା ତଥା ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତିମାନେ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରି ସ୍ବର୍ଗତ ବନମାଳୀ ଆଚାର୍ଯ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ ।
ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ନାତି ବିଷ୍ଣୁ ପ୍ରସାଦ ମିଶ୍ର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜସୁନାଖଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
