ସ୍କୁଟି ସହ ଗଞ୍ଜେଇ ଜବତ ଦୁଇ ଗିରଫ…

add-all

ଭଞ୍ଜନଗର : ଦିନକୁ ଦିନ ପଡୋଶୀ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି।ବୁଧବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ.ଆଇ କେଶବ ଶଢଙ୍ଗୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗ ରେ ଆଜି ଦିନ ୨ଟା ସମୟରେ ଦୁର୍ଗା ପ୍ରସାଦ ଛକ ନିକଟରେ ସ୍କୁଟିରେ ଆସୁଥିବା ୨ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୫କେଜି ୩୧୦ଗ୍ରାମ ଗଞ୍ଜେଇ ଓ ଏକ ଟିଭିଏସ ଜୁପିଟର (ଓଡ଼ି.୦୨ବିଭି-୫୧୨୮) ଜବତ କରିଛି।ସୂଚନା ମୁତାବକ କନ୍ଧମାଳ ବାଲିଗୁଡା ଥାନା ବାରଖମାର ଲୁଧିଆ ଦିଗାଲ ଓ ଆସ୍କା ଥାନା ନବରତ୍ନ ପୁର ଗ୍ରାମର ଗଣେଶ ବେହେରା ଦୁହେଁ ସ୍କୁଟିରେ ଆସୁଥିବା ବେଳେ ପୋଲିସ ସନ୍ଦେହରେ ସେମାନଙ୍କୁ ଅଟକାଇ ତଲାସୀ ନେବାରେ ଏକ ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।ସେମାନେ ବ୍ୟବସାୟ ଉଦ୍ଦେଶ୍ୟରେ ବାରଖମାରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବା ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.