ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଲୁଟ୍ ଘଟଣା : ଭୁଜାଲି ସହ ୨ ଲୁଟେରାକୁ ଧରିଲା ପୋଲିସ୍‌…

add-all

ରେଢାଖୋଲ:  ଗତ ୨୬ ତାରିଖରେ ରେଢାଖୋଲ ଥାନା କଦଳିଗଡ ଶିବ ମନ୍ଦିର ପ୍ରାଙ୍ଗଣରୁ ନବଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ ମାମଲାରେ ସୁନା ଚେନ୍ ସହ ମାରଣାସ୍ତ୍ର, ବାଇକ୍ ଆଦି ଜବତ କରିବା ସହ  ୨ ଲୁଟେରାକୁ ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ବୁଦୁଲିମୁଣ୍ଡା ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ତା ୨୬/୧ ରେ ରେଢାଖୋଲ ଥାନା ମହୁଲମୁଣ୍ଡା ଗ୍ରାମର ନବଦମ୍ପତି ଦିଲ୍ଲୀପ ପ୍ରଧାନ(୨୯) ଏବଂ ତାଙ୍କ ପତ୍ନୀ ବିଜୟିନୀ ପ୍ରଧାନ(୨୫) କଦଳୀଗଡ ଶିବମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସାରି ନବଦମ୍ପତି ବାହାରକୁ ଆସୁଥିବା ବେଳେ ଦୁଇଜଣ ଡକାୟତି ଏକଧଳା ରଙ୍ଗର ଆପାଚିରେ ଆସି ଦିଲ୍ଲୀପ ପ୍ରଧାନଙ୍କ ପତ୍ନୀକୁ  ମାରଣାତ୍ସ ଦେଖାଇ ବେକରୁ ସୁନା ଚେନ୍ ଲୁଟ୍ କରି ଫେରାର୍ ହୋଇଯାଇଥିଲେ।

ନବଦମ୍ପତି ରେଢାଖୋଲ ଥାନାକୁ ଫୋନ୍ କରି ସୂଚନା ଦେବା ପରେ ପୋଲିସ୍ ଲୁଟେରା ଦ୍ୱୟଙ୍କୁ ଧରିବାକୁ ତଦନ୍ତ ଚଳାଇଥିଲା।

ଆଜି ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା  ବୁଦୁଲିମୁଣ୍ଡା ଗ୍ରାମର ରବୀନ୍ଦ୍ର ବେହେରା(୨୮) ଏବଂ ପ୍ରଦୀପ ବେହେରା(୨୫)କୁ  ଅପରାହ୍ନ ୪ ଟାରେ ନିଜ ଗ୍ରାମରୁ ଧରିବାରେ ସଫଳ ହୋଇଥିଲା। ରେଢାଖୋଲ ପୋଲିସ୍ କେସ୍ ନଂ ୨୧ ତା ୨୬/୧/୨୦୦୨ ୟୁ/ଏସ୍ ୩୯୨  ଆଇପିସି/୨୫/୨୭ ଧାରାରେ ମାମଲା ରୁଜୁ କରି ବୁଧବାର ଦିନ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟଙ୍କ ପାଖରୁ ଏକ ଧଳା ରଙ୍ଗ ଟିଭିଏସ୍ ଆପାଚି ମୋଟର ସାଇକେଲ , ମୋବାଇଲ , ଗୋଟିଏ ସୁନା ହାର (ମଙ୍ଗଳ ସୂତ୍ର,୨.୬୧ ଗ୍ରାମ୍‌), ୩୫୦ ଟଙ୍କା, ଗୋଟିଏ ନୋକିଆ ମୋବାଇଲ୍ ଫୋନ୍ ଜବତ କରିବା ସହ ଲୁଟେରା ପ୍ରଦୀପ ବେହେରା ଠାରୁ ଗୋଟିଏ ଭୂଜାଲି  ଜବତ କରିଛି। ପୋଲିସ୍ ସିସିିଟିଭି ଭୁଟେଜ୍ ଏବଂ ସେମାନଙ୍କ ଯିବା ଆସିବା ସମୟର ଟ୍ରାକିଙ୍ଗ କରି ପୋଲିସ୍ ଏହାର ତଦନ୍ତ କରୁଥିବାର ସୂଚନା ଦେଇଛି। ପୂର୍ବରୁ ରବି ବେହେରା ନାମରେ ରେଢାଖୋଲ ଥାନାରେ ୨ ଟି କେସ୍ ଥିବା ବେଳେ ପ୍ରଦୀପ ବେହେରା ନାମରେ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ୨ ଟି ମାମଲା ଥିବା ସହ ରେଢାଖୋଲ ଥାନାରେ ଗୋଟିଏ ମାମଲା ଥିବା ଜଣା ପଡିଛି।  ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଏକ ପ୍ରେସ୍ ବିଜ୍ଞପ୍ତିରେ ଲୁଟେରାକୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.