ରଙ୍ଗଣୀପାଟଣା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଅଛି।ଓଡ଼ଗାଁ ତହସିଲଦାର ଡ ମାନସ ରଞ୍ଜନ ଭୋଇ, ବିଡ଼ିଓ ପ୍ରୀତିବାଳା ରଣା, ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ରଙ୍ଗଣୀ ପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ଷ୍ଟେଟ ବ୍ୟାଙ୍କ କିଓସ୍କ ଆମ ବ୍ୟାଙ୍କ ଶାଖାର ଉଦଘାଟନ କରିଥିଲେ।ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ମହିଳା ଏହି ଉଦଘାଟନ ଉତ୍ସବରେ ଯୋଗଦେଇ ଥିବା ବେଳେ ଗ୍ରାହକ ମାନେ ନିଜ ଘରପାଖରେ ଏହି ଆମ ବ୍ୟାଙ୍କ ଜରିଆରେ ଅର୍ଥ ଦେଣ ନେଣ କରିପାରିବେ ।ବରିଷ୍ଠ ନାଗରିକ ତଥା ବିଭିନ୍ନ ବର୍ଗର ଭତ୍ତା ଧାରି ମାନେ ଏହି କିଓସ୍କ କେନ୍ଦ୍ରରୁ ଅର୍ଥ ଜମା ଓ ଉଠାଣ କରିପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.